ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ପ୍ରଦର୍ଶନ ବିଚାରକୁ ନେଲେ ମହିଳା ଖେଳାଳିମାନେ ସମ୍ମାନ ରଖିଛନ୍ତି । ହକିରେ ଭାରତୀୟ ପୁରୁଷ ଦଳ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ୧-୭ରେ ପରାଜିତ ହୋଇଛି । ଟିମ ବ୍ରାଣ୍ଡ, ଜୋଶୁଆ ବେଲ୍ଟଜ, ଡାନିଏଲ ଜେମ୍ସ, ଫ୍ଲାୟନ ଆଣ୍ଡ୍ର୍ୟୁ, ଜେରେମି ଥମାସ, ବ୍ଲାକ ଗୋଭର୍ସ ଅଷ୍ଟ୍ରେଲିଆ ପକ୍ଷରୁ ଗୋଲ ସ୍କୋର କରିଥିବା ବେଳେ ଭାରତ ତରଫରୁ ଦିଲପ୍ରୀତ ସିଂ ଏକମାତ୍ର ଗୋଲଟି ଦେଇଥିଲେ ।
ମେରୀ କମ୍ ଜିତିଲେ: ମହିଳା ବକ୍ସିଂରେ ଭାରତର ମେରୀ କମ୍ ରାଉଣ୍ଡ ଅଫ ୩୨ରେ ଡୋମିନିକ ରିପବ୍ଲିକର ମିଗୁଏଲିନା ହେର୍ଣ୍ଣାଣ୍ଡିଜ ଗ୍ରାସିଆଙ୍କୁ ୪-୧ରେ ହରାଇ ଦେଇଛନ୍ତି । ତେବେ ପୁରୁଷ ବକ୍ସିଂରେ ୬୩ କିଗ୍ରା କାଟାଗୋରୀରେ ମନୀଷ କୌଶିକ ବ୍ରିଟେନର ଲ୍ୟୁକ ମ୍ୟାକକର୍ମିକଙ୍କଠାରୁ ପରାଜିତ ହୋଇଛନ୍ତି ।
ମନିକା କମାଲ: ଟେବୁଲ ଟେନିସ ଦ୍ୱିତୀୟ ରାଉଣ୍ଡରେ ଭାରତର ମନିକା ବାତ୍ରା ୟୁକ୍ରେନର ମାର୍ଗେଟା ପେସୋତ୍ସକାଙ୍କୁ ପରାଜିତ କରିଛନ୍ତି । ଆରମ୍ଭରୁ ୨ଟି ସେଟ ପଛରେ ଥିଲେ ମଧ୍ୟ ମନିକା ଚମତ୍କାର ପ୍ରତ୍ୟାବର୍ତନ କରିବା ସହ ମ୍ୟାଚ ଜିତି ନେଇଥିଲେ । ପୁରୁଷ ସିଙ୍ଗଲ୍ସରେ ସାଥିୟାନ ଗନାସେକରନ ହଂକଂର ସିୟୁ ଲାମଙ୍କଠାରୁ ପରାଜିତ ହୋଇଛନ୍ତି ।
ଶୁଟିଂ, ଜିମ୍ନାଷ୍ଟିକ୍ସରେ ନିରାଶ: ପୁରୁଷ ଶୁଟିଂ ସ୍କିଟ ଇଭେଂଟ କ୍ୱାଲିଫିକେଶନ ରାଉଣ୍ଡରେ ଅଗନ୍ଦ ବୀର ସିଂ ବାଜୱା ୧୧ତମ ଓ ମୌରାଜ ଅହମ୍ମଦ ଖାଁ ୨୫ତମ ସ୍ଥାନରେ ରହିଛନ୍ତି । ସୋମବାର ଏହାର ଦ୍ୱିତୀୟ କ୍ୱାଲିଫିକେଶନ ରାଉଣ୍ଡ ହେବ । ସେହିପରି ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସରେ ପରିଣତି ନାୟକ ଫାଇନାଲରେ ପଂହଚିବାରେ ବିଫଳ ହୋଇଛନ୍ତି ।
BREAKING NEWS
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
- Union Budget 2026: ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା…
- ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ହ୍ରାସ ପାଏ କି ଶ୍ରବଣ ଶକ୍ତି ?
- Budget2026: ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
- Union Budget 2026: ଜାଣନ୍ତୁ…କ’ଣ ମହଙ୍ଗା, କ’ଣ ଶସ୍ତା?
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
Comments are closed.