ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ପ୍ରଦର୍ଶନ ବିଚାରକୁ ନେଲେ ମହିଳା ଖେଳାଳିମାନେ ସମ୍ମାନ ରଖିଛନ୍ତି । ହକିରେ ଭାରତୀୟ ପୁରୁଷ ଦଳ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ୧-୭ରେ ପରାଜିତ ହୋଇଛି । ଟିମ ବ୍ରାଣ୍ଡ, ଜୋଶୁଆ ବେଲ୍ଟଜ, ଡାନିଏଲ ଜେମ୍ସ, ଫ୍ଲାୟନ ଆଣ୍ଡ୍ର୍ୟୁ, ଜେରେମି ଥମାସ, ବ୍ଲାକ ଗୋଭର୍ସ ଅଷ୍ଟ୍ରେଲିଆ ପକ୍ଷରୁ ଗୋଲ ସ୍କୋର କରିଥିବା ବେଳେ ଭାରତ ତରଫରୁ ଦିଲପ୍ରୀତ ସିଂ ଏକମାତ୍ର ଗୋଲଟି ଦେଇଥିଲେ ।
ମେରୀ କମ୍ ଜିତିଲେ: ମହିଳା ବକ୍ସିଂରେ ଭାରତର ମେରୀ କମ୍ ରାଉଣ୍ଡ ଅଫ ୩୨ରେ ଡୋମିନିକ ରିପବ୍ଲିକର ମିଗୁଏଲିନା ହେର୍ଣ୍ଣାଣ୍ଡିଜ ଗ୍ରାସିଆଙ୍କୁ ୪-୧ରେ ହରାଇ ଦେଇଛନ୍ତି । ତେବେ ପୁରୁଷ ବକ୍ସିଂରେ ୬୩ କିଗ୍ରା କାଟାଗୋରୀରେ ମନୀଷ କୌଶିକ ବ୍ରିଟେନର ଲ୍ୟୁକ ମ୍ୟାକକର୍ମିକଙ୍କଠାରୁ ପରାଜିତ ହୋଇଛନ୍ତି ।
ମନିକା କମାଲ: ଟେବୁଲ ଟେନିସ ଦ୍ୱିତୀୟ ରାଉଣ୍ଡରେ ଭାରତର ମନିକା ବାତ୍ରା ୟୁକ୍ରେନର ମାର୍ଗେଟା ପେସୋତ୍ସକାଙ୍କୁ ପରାଜିତ କରିଛନ୍ତି । ଆରମ୍ଭରୁ ୨ଟି ସେଟ ପଛରେ ଥିଲେ ମଧ୍ୟ ମନିକା ଚମତ୍କାର ପ୍ରତ୍ୟାବର୍ତନ କରିବା ସହ ମ୍ୟାଚ ଜିତି ନେଇଥିଲେ । ପୁରୁଷ ସିଙ୍ଗଲ୍ସରେ ସାଥିୟାନ ଗନାସେକରନ ହଂକଂର ସିୟୁ ଲାମଙ୍କଠାରୁ ପରାଜିତ ହୋଇଛନ୍ତି ।
ଶୁଟିଂ, ଜିମ୍ନାଷ୍ଟିକ୍ସରେ ନିରାଶ: ପୁରୁଷ ଶୁଟିଂ ସ୍କିଟ ଇଭେଂଟ କ୍ୱାଲିଫିକେଶନ ରାଉଣ୍ଡରେ ଅଗନ୍ଦ ବୀର ସିଂ ବାଜୱା ୧୧ତମ ଓ ମୌରାଜ ଅହମ୍ମଦ ଖାଁ ୨୫ତମ ସ୍ଥାନରେ ରହିଛନ୍ତି । ସୋମବାର ଏହାର ଦ୍ୱିତୀୟ କ୍ୱାଲିଫିକେଶନ ରାଉଣ୍ଡ ହେବ । ସେହିପରି ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସରେ ପରିଣତି ନାୟକ ଫାଇନାଲରେ ପଂହଚିବାରେ ବିଫଳ ହୋଇଛନ୍ତି ।
BREAKING NEWS
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
Comments are closed.