Latest Odisha News

BREAKING NEWS

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁଇଟି ଟିମରେ ଦୁଇ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ରହିଛନ୍ତି।

ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁୟାୟୀ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ଦଳରେ ଓଡ଼ିଶାର ପ୍ରିୟଙ୍କା ପ୍ରୟଦର୍ଶିନୀ ଓ ସୁଜତା ମଲ୍ଲିକ ସୁପରନୋଭାସ୍ ଦଳରେ ରହିଛନ୍ତି। ୨୦୨୦ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟ୍ରେଲବ୍ଲେଜର୍ସ ହିଁ ଚାମ୍ପିୟନ ହୋଇଥିଲା।

ମେ’ ୨୩ରୁ ୨୮ ତାରିଖ ମଧ୍ୟରେ ପୁଣେର ଏମସିଏଏ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ତିନି ଦଳ (ସୁପରନୋଭାସ୍ ଦଳ, ଭେଲୋସିଟି ଏବଂ ଟ୍ରେଲବ୍ଲେଜର୍ସ) ପରସ୍ପରକୁ ଭେଟିବେ।


ଭାରତୀୟ ମହିଳା କ୍ରିକେଟର ଶ୍ରେଷ୍ଠ ଖେଳାଳି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଓ୍ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆର କିଛି ପ୍ରମୁଖ ଖେଳାଳି ଏହି ତିନି ଦଳରେ ରହିଛନ୍ତି। ଚଳିତ ବର୍ଷ ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜରେ ମୋଟ ବାର ଜଣ ଅନ୍ତର୍ଜାତୀୟ ଖେଳାଳି ଭାଗ ନେବେ।

ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଟ୍ରେଲବ୍ଲେଜର୍ସ ଓ ସୁପରନୋଭାସ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ମେ’ ୨୮ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ।

Leave A Reply

Your email address will not be published.