Latest Odisha News

BREAKING NEWS

[ଭିଡିଓ] ଘର ପୋଡିଲେ, ମହିଳାଙ୍କୁ ଘୋଷାଡି ମାରିଲେ !

ଖୋର୍ଦ୍ଧା: ଜମି ବିବାଦକୁ ନେଇ ତୁମୁଳକାଣ୍ଡ । ଖୋର୍ଦ୍ଧା ବୋଲଗଡ ବ୍ଲକ କଡବା ଗାଁରେ ଅମାନବୀୟ ଘଟଣା । ଜଣେ ମହିଳାଙ୍କୁ ନିର୍ଘାତ ମାଡ ମାରିବା ସହ ତାଙ୍କ ଘର ପୋଡିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ବି ଭାଇରାଲ୍ ହୋଇଛି ।

ଏହି ଭାଇରାଲ୍ ଘଟଣାରେ କଡବା ଗାଁର ମିନିକା ବଳବନ୍ତରାୟ ନାମକ ଜଣେ ମହିଳାଙ୍କୁ ଗାଁର କିଛି ଲୋକ ମାଡ ମାରିବା ଅଭିଯୋଗ ହୋଇଛି । ତେବେ ଖାଲି ମାଡରେ ଥମିନଥିଲା ଗାଁ ଲୋକଙ୍କ ଔଦ୍ଧତ୍ୟ । ମହିଳାଙ୍କ ଘର ପୋଡିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଜମିଜମା ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା ନେଇ ପୀଡିତା ମହିଲା ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଅଭିଯୋଗକାରୀ ମହିଳାଙ୍କ ବିରୋଧରେ ମଧ୍ୟ ଥାନାରେ ପାଲଟା ଅଭିଯୋଗ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତରେ ଜଣାପଡିଛି ଜମିଜମା ବିବାଦକୁ ନେଇ ଦୁଇଟି ପରିବାର ମଧ୍ୟରେ ଘଟିଥିଲା ଏଭଳି ଅପ୍ରତ୍ୟଶିତ ଘଟଣା । ସବିଶେଷ ରିପୋର୍ଟ ଅନୁଯାୟୀ ବେଗୁନିଆ ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ଦନ୍ତ ଜାରି ରଖିଛି ।

Leave A Reply

Your email address will not be published.