Latest Odisha News

BREAKING NEWS

କେମିତି ଅଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନି ?

ମୁମ୍ବାଇ: ସଲମାନ ଖାନଙ୍କ ଫଲ୍ମ ବଜରଙ୍ଗୀ ଭାଇଜାନର ବହୁଚର୍ଚ୍ଚିତ ଚରିତ୍ର ମୁନ୍ନି ଓରଫ ହର୍ଷାଲି ମଲହୋତ୍ରା । ୨୦୧୫ରେ ଏହି ଶିଶୁ କଳାକାର ନିଜ ନଟଖଟି ଅନ୍ଦାଜରେ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲେ । ଫିଲ୍ମ ବଜରଙ୍ଗୀ ଭାଇଜାନ ରିିଲିଜ୍ ହେବାର ପାଖାପାଖି ୫ବର୍ଷ ହୋଇଥିଲାବେଳେ ଆସନ୍ତୁ ହର୍ଷାଲୀଙ୍କ ହାଲଚାଲ ଉପରେ ଟିକେ ନଜର ପକାଇବା ।

ମୁନ୍ନି ଏବେ ଢେର ବଡ ହୋଇଗଲେଣି । ସୋସିଆଲ୍ ମିଡିଆରେ ସେ ସବୁବେଳେ ଆକ୍ଟିଭ୍ । ନିକଟରେ ଦୀପାବଳି ଓ ଭାଇ ଦୁଜ୍ ଅବସରରେ ସେ ଅନେକ ଫଟୋ ସେୟାର କରିଥିଲେ । ବୟସ ବଢିଥିଲେ ବି ହର୍ଷାଲୀଙ୍କ ଚହେରାରେ ସେହି ଛୋଟ ପିଲାର ଝଲକ ଏବେ ବି ଦେଖିବାକୁ ମିଳେ ।

ବଲିଉଡ ଫିଲ୍ମ ବଜରଙ୍ଗୀ ଭାଇଜାନରେ ଅଭିନୟ ଆରମ୍ଭ କରିଥିବା ହର୍ଷାଲି ବେଷ୍ଟ ଡେବ୍ୟୁ ଫିମେଲ୍ ଆୱାର୍ଡ ମଧ୍ୟ ହାତେଇଥିଲେ । ଏହି ଫିଲ୍ମ ପରେ ସେ ‘କୁବୁଲ ହୈ’ ଓ ‘ଲୌଟ ଆଓ ତ୍ରିଶା’ ଭଳି ଟିଭି ସିରିଜରେ ନଜର ଆସିଥିଲେ । ହେଲେ ଏବେ ସେ କୌଣସି ପ୍ରୋଜେକ୍ଟରେ ସକ୍ରିୟ ନଥିବା ଜଣାପଡିଛି ।

Leave A Reply

Your email address will not be published.