Latest Odisha News

ଶହେ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶହେ ଦିନ ଭିତରେ ନିଶ୍ଚିତ ଭାବେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଯୋଜନା ଏବେ ଡ୍ରାଫ୍ଟ ଷ୍ଟେଜ୍ ରେ ଅଛି । ଖୁବ ଶୀଘ୍ର ଏହାର ରୂପରେଖ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଯାହା ବିଜେପି ସଂକଳ୍ପ ପତ୍ରରେ ଥିଲା, କ୍ୟାବିନେଟ ଏହାକୁ ସ୍ୱୀକୃତି ଦେଇଛି । ତେଣୁ ଏହାର ପ୍ରକିୟାକୁ ଯଥାଶୀଘ୍ର ଶେଷ କରାଯାଇ ମହିଳାଙ୍କ ପାଖରେ ପହଞ୍ଚାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

ତେବେ କେଉଁମାନେ ଏହା ଦ୍ବାରା ଉପକୃତ ହେବେ ସେନେଇ ଏବେ କିଛି ସୂଚନା ନାହିଁ । ତେଣୁ ଲୋକଙ୍କ ପାଖରେ ସଠିକ୍ ଖବର ପହଞ୍ଚାଯାଉ କୌଣସି ଉଡା ଖବର କିମ୍ବା ମନଗଢା ଖବର ପ୍ରସାର ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed.