Latest Odisha News

BREAKING NEWS

ଜ୍ୱାଳାମୂଖୀ ନିକଟରେ ମହିଳା ପର୍ଯ୍ୟଟକ ଗରମ କରି ଖାଇଲେ ପିଜା

ନୂଆଦିଲ୍ଲୀ: ବିଶ୍ୱର ଅନେକ ପ୍ରକାର ଲୋକ ରହିଛନ୍ତି । ବିଭନ୍ନ ସ୍ଥାନ ଭ୍ରମଣ କରି ପ୍ରକୃତିର ମଜା ଉଠାଇବାକୁ କେତେକ ଭଲ ପାଆନ୍ତି । ନିକଟରେ ଆଲେକଜାଣ୍ଡ୍ରା ନାମକ ଜଣେ ମହିଳା ଗୁଏଟମାଲ ଭ୍ରମଣରେ ଯାଇଥିଲେ । ସେଠାରେ ସେ ଏଭଳି ଏକ କାର୍ଯ୍ୟ କଲେ ଯାହାକି ସାରା ବିଶ୍ୱରେ ଚର୍ଚ୍ଚିତ ହେବାରେ ଲାଗିଛି । ଏଠାରେ ଏକ ଜୀବନ୍ତ ଜ୍ୱାଳାମୁଖୀ ନିକଟରେ ମହିଳାଜଣଙ୍କ ପିଜା ଗରମ କରି ଖାଇଛନ୍ତି । ସେ ଏହାର ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

ଆଲେକଜାଣ୍ଡ୍ରାଙ୍କ ସହ ଯାଇଥିବା ଏକ ବ୍ୟକ୍ତି ଜ୍ୱାଳାମୂଖୀ ବାହାରେ ଥିବା ଏକ ପଥର ଉପରେ ପିଜାକୁ ରଖି ଘୋଡେଇ ଦେଉଛନ୍ତି । କିଛି ସମୟ ପରେ ଘୋଡଣ ବାହାର କରି ସମସ୍ତେ ପିଜାର ମଜା ଉଠାଉଛନ୍ତି । ଏହି ଭିଡିଓ ଭାଇରାଲ ହୋଇଥିଲେ ମଧ୍ୟ ଓଡିଶା ସମ୍ବାଦ ପକ୍ଷରୁ ଏହାର ସତ୍ୟତା ପୃଷ୍ଟି କରାଯାଉ ନାହିଁ । ପର୍ଯ୍ୟଟକମାନେ ବିଭିନ୍ନ ସ୍ଥାନରୁ ଏଠାକୁ ଆସି ଜ୍ୱାଳାମୂଖୀ ଦେଖିବା ସହ ଖାଦ୍ୟ ପଦାର୍ଥ ଗରମ କରି ଖାଇବାକୁ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.