Latest Odisha News

BREAKING NEWS

ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସୋଆ ଉପସଭାପତି ଶାସ୍ୱତୀ ଦାସଙ୍କ ଉପସ୍ଥିତିରେ କାର୍ଯ୍ୟରତ ମହିଳାମାନେ ଏହି ଦିବସକୁ ପାଳନ କରିଛନ୍ତି।

ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏହି ଦିବସକୁ କେକ୍ କାଟି ପାଳନ କରାଯାଇଥିଲା । ଉପସଭାପତି ଶ୍ରୀମତି ଦାସଙ୍କ ସହିତ ସମସ୍ତ ମହିଳାମାନେ ଯୋଗ ଦେଇ କେକ୍ କାଟିବା ସହ ମହିଳା ସଶକ୍ତିକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି ଅବସରରେ ଶ୍ରୀମତି ଦାସ ମହିଳାମାନଙ୍କୁ ସବୁଠାରୁ ମହାନ୍ ଅଭିହିତ କରି ପ୍ରଶଂସା କରିଥିଲେ। ବାଲ୍ୟବିବାହକୁ ରୋକାଯିବା ସହ କିଭଳି ନାରୀମାନେ ଶିକ୍ଷା କ୍ଷେତ୍ରରେ ନିଜକୁ ସୁଦୃଢ଼ କରିପାରିବେ ସେ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟାଳୟ ପରିସରରେ ଶ୍ରୀମତୀ ଦାସ ବୃକ୍ଷ ରୋପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ସମ୍ ନର୍ସିଂ କଲେଜ ଡିନ୍ ପ୍ରଫେସର ପ୍ରଭାତି ତ୍ରିପାଠୀ, ଆଇଟିଇଆର୍‌ର ପ୍ରଫେସର ମୀରା ଦାସ, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଦେବାହୁତି ମିଶ୍ର, ଏସ୍‌ଏଚ୍‌ଏମ୍‌ର ପ୍ରଫେସର ସ୍ମିତା
ମହାପାତ୍ର, ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ଓ ଜାଗୋର ଆବାହିକା ପ୍ରଫେସର ଅନୀତା ପଣ୍ଡାଙ୍କ ସମେତ ସୋଆରେ କାର୍ଯ୍ୟରତ ଅନେକ ମହିଳା ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ଦାୟିତ୍ୱରେ ଥିବା ହନୀ ପଟ୍ଟନାୟକ, ନ୍ୟୁଜ୍ ୭ର
ମହିଳା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ, ଇତିଶ୍ରୀ ନାୟକ, ଶ୍ରୀମତୀ ମୌସୁମୀ ମହାନ୍ତି ଓ ପ୍ରମେୟର ସାମ୍ବାଦିକା,
ସଂଯୁକ୍ତା ସାହୁ, ପ୍ରିୟଦର୍ଶିନୀ ସାହୁ, ରାଜଶ୍ରୀ ସାହୁ ଓ ସସ୍ମିତା ମଲ୍ଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Comments are closed.