Latest Odisha News

ଜମିହରା ଉପେକ୍ଷିତ, ଜମିଟଙ୍କା ଓ କର୍ମନିଯୁକ୍ତି ଦାବିରେ ମହିଳାଙ୍କ ଆମରଣ ଅନଶନ

ତାଳଚେର: ତାଳଚେର ଜଗନ୍ନାଥ ଏରିଆ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଏକ ଲଜ୍ୟା ଜନକ ଘଟଣା । ଆଜକୁ ତିନି ଦିନ ହେଲା ନରହରିପୁର ଗ୍ରାମର ଜଣେ ଝିଅ ପ୍ରଣତି ପ୍ରଧାନ ଜଗନ୍ନାଥ ଜିଏମ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ନିଜ ପୂର୍ବ ପୁରୁଷ ଙ୍କ ଘର ଡିହ ଜମିବାଡ଼ି ହରାଇ, ଜମିର ଟଙ୍କା ଓ ଚାକିରୀ ପାଇଁ ପ୍ରଶାସନ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଲାଣି ।

ଏନେଇ ପ୍ରଣତି ଉଚ୍ଚ ନ୍ୟାଳୟର ଆଶ୍ରୟ ନେଇଥିଲେ, ଶେଷରେ ହାଇକୋର୍ଟ ଜମି ହରା ପ୍ରଜାମାନଙ୍କୁ ନ୍ୟାୟ ଦେଇଥିଲେ ମଧ୍ୟ ତାଳଚେର ଜାଗନ୍ନାଥ ଏରିଆ କତୃପକ୍ଷ ହାଇକୋଟର ଅଡ଼ରକୁ ବେଖାତିର କରି ଦିନ ଗଡାଉଛନ୍ତି l

 

ଶେଷରେ ନିରାଶ ହୋଇ ଆଜିକୁ ତିନିଦିନ ହେଲା ଆମରଣ ଅନଶନରେ ବସିଛନ୍ତି, ପ୍ରଣତି ପ୍ରଧାନ । ଆସନ୍ତାକାଲି ଜଗନ୍ନାଥ ଏରିଆର ଭୂ-ରାଜସ୍ୱ ବିଭାଗର ମୁଖ୍ୟ ନିରାକାର ଶତପଥୀ ଧାରଣା ରେ ବସିଥିବା ମହିଳାଙ୍କୁ ଏଥି କାହିଁକି ବସିଛୁ ବୋଲି ଅଭଦ୍ର ଭାଷାରେ ଗାଳିଗୁଲଜ କରି ମହିଳାଙ୍କ ହାତରୁ ପେପର ଛଡାଇନେବା ପାଇଁ ଉଦ୍ୟମ କରିଥିଲେ । ଏହା କି ପ୍ରକାରର ନ୍ୟାୟ ଯେଉଁଠି ନାରୀମାନଙ୍କୁ ସମ୍ମାନ ବଦଳରେ ଅସମ୍ମାନ ଓ ଅତ୍ୟାଚାର କରାଯାଉଛି । ଏହିପରି ଘଟଣାକୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l

Comments are closed.