Latest Odisha News

BREAKING NEWS

ବିଶ୍ୱକପରେ ପୁନର୍ବାର ଭାରତ-ପାକ ମୁକାବିଲା

ଦୁବାଇ: ବିଶ୍ୱକପ କ୍ରିକେଟରେ ପୁନର୍ବାର ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୨୦୨୨ ମାର୍ଚ୍ଚ ୪ରେ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟରେ ଉଭୟ ଟିମ ମଧ୍ୟରେ ଚୌରାଙ୍ଗଠାରେ ମୁକାବିଲା ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି । ସେହିପରି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପରସ୍ପର ବିରୋଧରେ ଅଭିଯାନ ଆରମ୍ଭ କରିବେ । ଏହା ହାମିଲଟନରେ ଖେଳାଯିବ ।

ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୮ଟି ଦଳ ମଧ୍ୟରେ ଓଭରାଲ ୩୧ଟି ମ୍ୟାଚ ଖେଳାଯିବ । ଅକଲାଣ୍ଡ, କ୍ରିଷ୍ଟଚର୍ଚ୍ଚ, ଡୁନେଡିନ, ହାମିଲଟନ, ଚୌରାଙ୍ଗ ଓ ୱେଲିଂଟନରେ ମ୍ୟାଚଗୁଡିକ ଖେଳାଯିବ । ଭାରତ ତାର ଅଭିଯାନ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଆରମ୍ଭ କରିବାକୁ ଯାଉଥିବାରୁ ଏହା ରୋମାଂଚକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.