Latest Odisha News

BREAKING NEWS

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ବାଂଲାଦେଶକୁ ସହଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ଶୋଚନୀୟ ଭାବେ ପରାସ୍ତ କରିଛି । ଦିଲପ୍ରୀତ ସିଂ ଭାରତ ପକ୍ଷରୁ ସର୍ବାଧିକ ୩ଟି ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜରମନପ୍ରୀତ ସିଂ ୨ଟି ଓ ଲଳିତ ଉପାଧ୍ୟାୟ, ଆକାଶଦୀପ ସିଂ, ମନଦୀପ ମୋର ଓ ହରମନପ୍ରୀତ ସିଂ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ ।

ସମ୍ପୂର୍ଣ୍ଣ ମ୍ୟାଚରେ ଗୋଲ ସ୍କୋର କରିବା ପାଇଁ ଆୟୋଜକ ବାଂଲାଦେଶ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ପ୍ରଥମ ମୁକାବିଲାରେ ଭାରତ ୨-୨ ଗୋଲରେ ଦକ୍ଷିଣ କୋରିଆ ସହ ମ୍ୟାଚ ଡ୍ର ରଖିଥିଲା । ୧୭ରେ ଖେଳାଯିବାକୁ ଥିବା ପରର୍ବତୀ ମୁକାବିଲାରେ ଭାରତ ତାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।

Leave A Reply

Your email address will not be published.