Latest Odisha News

BREAKING NEWS

‘ଯୁବପିଢ଼ିଙ୍କୁ ଉଦଭ୍ରାନ୍ତ କରୁଛି ନିଶା’, ପୋଲିସର ଦ୍ୱାରସ୍ଥ ହେଲା ଭଏସ୍ ଫର୍ ୱିମେନ୍

ଭୁବନେଶ୍ୱର: ଅଶ୍ଲୀଳ, ଉଦ୍ଦୀପକ । କେତେବେଳେ କଥାରେ ତ ଆଉ କେବେ ସୋସିଆଲ୍ ମିଡିଆରେ । ଶସ୍ତା ଲୋକପ୍ରିୟତା ନିଶାରେ ନିଶା ମହାରଣା ନାମକ ମଡେଲର ଅଶ୍ଲୀଳ ଫଟୋ ଓ ଭିଡିଓ ପୋଷ୍ଟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭଏସ୍ ଫର୍ ୱିମେନ୍ ନାମକ ସ୍ୱେଚ୍ଛାସେବୀ ସଂଗଠନ କମିଶନରେଟ୍ ପୋଲିସର ଦ୍ୱାରସ୍ଥ ହୋଇଛି । ଅଭିଯୋଗ ଅନୁସାରେ ନିଶାଙ୍କ ପ୍ରତିଟି ଭିଡିଓ ନାରୀଙ୍କ ଭାବନାକୁ ଆଘାତ କରୁଛି ।

BjdElectrycity

ନିଶା ଖାଲି ନିଜ ଆକାଉଣ୍ଟରେ ମାତି ନାହାନ୍ତି । କିଛି ଶସ୍ତା ୱେବ୍ ଚ୍ୟାନେଲ୍ ମଧ୍ୟ ନିଶାଙ୍କ ଅଶ୍ଲୀଳ ମନ୍ତବ୍ୟକୁ ପରିବେଷଣ କରୁଛନ୍ତି । ବାରମ୍ବାର ସାକ୍ଷାତକାର ନେଇ ସମାଜ ଓ ଯୁବପିଢ଼ିଙ୍କୁ ଉଶୃଙ୍ଖଳ କରୁଥିବା ଅଭିଯୋଗ କରିଛି ଭଏସ୍ ଫର୍ ୱିମେନ୍ ।

ଦିନକୁ ଦିନ ସୋଶିଆଲ୍ ମିଡିଆରେ ନିଶାଙ୍କ ଅଶ୍ଲୀଳ ନଶା ବଢ଼ି ଚାଲିଥିବା ବେଳେ ଅଭିଭାବକ ବି ମୋବାଇଲ୍ ଦେଖିବାକୁ ଡରିଲେଣି । ଫେସବୁକ୍ ହେଉ କି ୟୁ ଟ୍ୟୁବ୍ କ୍ଲିକ ମାତ୍ର ନିଶାଙ୍କ ଦ୍ୱି ଅର୍ଥ ବୋଧକ ଭିଡ଼ିଓ ଚାଲି ଆସୁଛି । ଯାହା ଉପରେ ରୋକ୍ ଲଗାଇବାକୁ ଭଏସ୍ ଫର୍ ୱିମେନ୍ ଦାବି କରିଛି ।

Leave A Reply

Your email address will not be published.