Latest Odisha News

BREAKING NEWS

ଗର୍ଭବତୀ ମହିଳାଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅଯୋଗ୍ୟ ଗାଇଡଲାଇନ ଉପରେ SBIକୁ ନୋଟିସ୍ ଜାରି କଲା ଦିଲ୍ଲୀ ମହିଳା କମିଶନ

ନୂଆଦିଲ୍ଲୀ:ତିନି ମାସରୁ ଅଧିକ ଗର୍ଭଗତୀ ଥିବା ମହିଳାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ରୋକିବାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଏକ ବିଜ୍ଞପ୍ତି ଜାରି କରିଛି ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ମହିଳାଙ୍କୁ ଗର୍ଭବତୀ ମହିଳାଙ୍କୁ ସାମୟିକ ଭାବେ ଅଯୋଗ୍ୟ କହିବା ଠିକ ନୁହେଁ ବୋଲି ମହିଳା କମିଶନ ଅଧ୍ୟକ୍ଷା ଶ୍ୱାତୀ ମଲିୱାଲ କହିଛନ୍ତି ।

BjdElectrycity

ଏହା  ବେଆଇନ ଭାବେ ହେଉଛି ବୋଲି ସେ କହିଛନ୍ତି ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ୩ ମାସରୁ ଅଧିକ ଗର୍ଭବତୀଙ୍କୁ ସେବାରେ ଯୋଗଦେବାକୁ ବାରଣ କରିବା ପାଇଁ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି  ଏବଂ ଗର୍ଭବତୀଙ୍କୁ କାମ ପାଇଁ ଅଯୋଗ୍ୟ ବୋଲି ବିବେଚିତ କରାଯାଇଛି । ଏହା ଭେଦ ଭାବ ପୂର୍ଣ୍ଣ ବା ବେଆଇନ ଅଟେ ବୋଲି ମହିଳା କମିଶନ କହିଛି ।ଏହା ବିରୋଧରେ ଆମେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ନୋଟିସ ଜାରି କରିଛୁ ବୋଲି ମହିଳା କମିଶନ ଅଧ୍ୟକ୍ଷା ମାଲିୱାଲ କହିଛନ୍ତି ।

ତେବେ ଏହି ଘଟଣାକୁ ନେଇ ଡିସିଡବ୍ଳୁ କହିଛନ୍ତି କାମ କରୁଥିୂବା ସମୟରେ ଅଯୋଗ୍ୟ ନୁହେଁ ଗର୍ଭବତୀ । ଶିଶୁ ପ୍ରସବ ପରେ ମହିଳାଙ୍କୁ ୪ମାସ ମଧ୍ୟରେ ଯୋଗଦେବାକୁ ଅନୁମତି ଦିଆଯାଇପାରେ । ଏହା ୨୦୨୦ କୋଡ ଅଫ୍ ସୋସିଆଲ ସିକ୍ୟୁରିଟି ଦ୍ୱାରା ମ୍ୟାଟର୍ଣ୍ଣିଟି ବେନିଫିଟ୍ର ବିରୁଦ୍ଧାଚାରଣ କରୁଛି । ଏଭଳି ଗାଇଡଲାିନ ଶିଘ୍ର ପ୍ରତ୍ୟାହାର କରନ୍ତୁ ବୋଲି ମହିଳା କମିଶନ ଏସବିଆଇକୁ କହିଛି ।

Comments are closed, but trackbacks and pingbacks are open.