Latest Odisha News

ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର: ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ । ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ(୧୨୯୯୩) ଅଗ୍ନିକାଣ୍ଡ ହୋଇଛି । କ୍ସପ୍ରେସର ୧୩ ନମ୍ବର ବଗିରେ ଥିବା ପ୍ୟାଣ୍ଟ୍ରି କାର୍‌ରେ ନିଆଁ ଲାଗିଲା । ମହାରାଷ୍ଟ୍ରର ନନ୍ଦୁରବାରରେ ଏହି ଅଗ୍ନିକାଣ୍ଡ ହୋଇଛି । ନିଆଁ ଆୟତ୍ତ କରିବାକୁ ପ୍ୟାଣ୍ଟ୍ରି କାର୍‌କୁ ଅଲଗା କରାଗଲା । ଏତେ ଜୋରରେ ନିଆଁ ଲାଗିଥିଲା ଯେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

BjdElectrycity

ଟ୍ରେନ୍‌ରେ ନିଆଁ ଲାଗିବାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କାହାର କିଛି କ୍ଷତି ହୋଇନି । ଟ୍ରେନରେ ନିଆଁ ଲାଗିବା ପରେ ଯାତ୍ରୀ ଭୟଭୀୟ ହୋଇ ପଡିଥିଲେ । ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି ।

Comments are closed, but trackbacks and pingbacks are open.