Latest Odisha News

ରହସ୍ୟମୟ ମନ୍ଦିର: ଦେବୀ ମା’ଙ୍କୁ ପ୍ରସାଦ ବଦଳରେ ଅର୍ପଣ କରାଯାଏ ପଥର

ଭୁବନେଶ୍ୱର: ଆମ ଚାରିପେଟ ବିଭିନ୍ନ ମଠ ମନ୍ଦିର ରହିଛି । ଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପୂଜା ରୀତି ନୀତି ରହିଛି । ହେଲେ ଦେବୀ ମା’ଙ୍କର ଏମିତି ଏକ ରହସ୍ୟମୟ ମନ୍ଦିର ରହିଛି। ଯେଉଁଠି ପ୍ରସାଦ ଭାବେ ଚଢାଯାଉଛି ପଥର । ଏହି ଘଟଣା ବିଶ୍ୱାସ ନହେଲେ ବି ସତ।

ଏ ହେଉଛି ଛତିଶଗଡର ବିଲାସପୁର ସହର ନିକଟସ୍ଥ ଖାମତାରାଇ ମନ୍ଦିର। ମନ୍ଦିର ରେ ବନଦେବୀଙ୍କୁ ପୂଜା କରାଯାଏ । ଏଠାରେ ଥିବା ଲୋକମାନେ ବିଶ୍ବାସ କରନ୍ତି ଯେ ବନଦେବୀଙ୍କ ଦରବାରରେ ମାନସିକ ପୁରଣ ହେବା ପରେ ଦେବୀ ମାତାଙ୍କୁ ପାଞ୍ଚଟି ପଥର ଅର୍ପଣ କରାଯାଇଥାଏ ।

ଭକ୍ତମାନେ ଏହି ମନ୍ଦିରରେ ଫୁଲ କିମ୍ବା ପୂଜାର୍ଚ୍ଚନା ସାମଗ୍ରୀ ଆଣନ୍ତି ନାହିଁ, ବରଂ ପାଞ୍ଚଟି ପଥର ନେଇ ମାତା ଦେବୀଙ୍କ ନିକଟରେ ଅର୍ପଣ କରିଥାନ୍ତି । ବିଶ୍ୱାସ କରାଯାଏ ଯେ ବନଦେବୀଙ୍କ ମନ୍ଦିରରେ ସଫା ହୃଦୟରେ ପାଞ୍ଚଟି ପଥର ପ୍ରଦାନ କଲେ ଭକ୍ତଙ୍କ ଇଚ୍ଛା ପୁରଣ ହୋଇଥାଏ ।
ଏଠାରେ ଥିବା ମନ୍ଦିରରେ ଥିବା ବନ ଦେବୀଙ୍କୁ କୌଣସି ସାଧାରଣ ପଥର ଅର୍ପଣ କରାଯାଇ ପାରିବ ନାହିଁ, କେବଳ କ୍ଷେତରେ ମିଳୁଥିବା ଗୋଟା ପଥର ଅର୍ପଣ କରାଯାଇଥାଏ ।

ସେହିଭଳି କେରଳର ଏମିତି କିଛି ମନ୍ଦିର ଅଛି । ଯେଉଁଠି ଭଗବାନଙ୍କୁ ଚକୋଲେଟ ପ୍ରସାଦ ଭାବେ ଦିଆଯାଇଥାଏ। କୌଣସି ଫଳମୂଳ କି ଅନ୍ନ ନୁହେଁ ଭଗବାନଙ୍କୁ ଏଠାରେ ବିଭିନ୍ନ ପ୍ରକାରର ଚକୋଲେଟ୍ ଆଣି ପ୍ରସାଦ ରୂପେ ଚଢାଯାଇଥାଏ । ସେହିଭଳି ଆଉ ଏକ ମନ୍ଦିର ରହିଛି ତାମିଲନାଡୁରେ । ଯେଉଁ ଭଗବାନଙ୍କୁ ଭରୋଇଟି ଦୋଷା ଅର୍ପଣ କରାଯାଇଥାଏ ।

ଭିନ୍ନ ଭିନ୍ନ ମନ୍ଦିର ଗୁଡିକରେ ଭିନ୍ନ ଆଉ ଅଜବ ରୀତିନୀତି ରହିଛି । ଆଉ ଏହି ସବୁ ରୀତି ଗୁଡିକ ମଧ୍ୟରେ ରହିଛି କିଛି ପୁରୁଣା କିମ୍ବଦନ୍ତୀ । କିଛି ପୁରୁଣା ରହସ୍ୟ । ଯାହା ଏବେ ବି ଆମ ଅଗୋଚରରେ ରହିଛି ।

Comments are closed, but trackbacks and pingbacks are open.