ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ଥିମ୍ ସହିତ ସମତାଳରେ ଏହା ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଏସଡବ୍ଲୁର ଲୋକସମ୍ପର୍କ, ମିଡିଆ ଏବଂ କର୍ପୋରେଟ୍ ଯୋଗାଯୋଗ ଏଜିଏମ୍, ରୁପାଲୀ କର । କହିଥିଲେ ଯେ ଜଣେ ମହିଳା ଭାବରେ ଆମ ପରବର୍ତ୍ତୀ ପିଢ଼ିକୁ ସହଯୋଗ ପ୍ରଦାନ କରି ଆମ ସହ କାମ କରୁଥିବା ଯୁବ ମହିଳା ସହକର୍ମୀଙ୍କ ସୁଖମୟ ଜୀବନ ଏବଂ ଚାପ ରହିତ ଦିନ ସୁନିଶ୍ଚିତ କରିବାକୁ ପଡିବ । ଏବଂ ସେ ଯାହା କରିବାକୁ ଇଚ୍ଛା କରନ୍ତି ତାହା କରିବାକୁ ସୁଯୋଗ ଦେବାକୁ ପଡିବ। ମୁଁ ଭାବୁଛି ଏକ ସମାଜ ଭାବରେ ଆମକୁ ଏହାକୁ ପ୍ରୋତ୍ସାହିତ କରିବାକୁ ପଡିବ, ଯାହା ଆମ ଯୁବପିଢ଼ିଙ୍କୁ ଅଧିକ ଆନନ୍ଦିତ ଏବଂ ସାହସିକ କରିବ । ଯାହା ଦ୍ୱାରା ସେମାନେ ନିଜକୁ ଦୃଢ କରିବେ ଏବଂ ପ୍ରଶ୍ନ ପଚାରିବାକୁ ସାହସ କରିବେ । ଅଗ୍ରଣୀ କର୍ପୋରେଟ୍ ଏବଂ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ସଫଳ ମହିଳାମାନଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ ଯୋଗାଯୋଗ କ୍ଷେତ୍ରରେ ଘଟୁଥିବା ଦ୍ରୁତ ବୈଷୟିକ ପ୍ରଗତି ସହିତ ଆଜିର ମହିଳାମାନେ ନିଜକୁ ସଶକ୍ତ କରିବା ଆବଶ୍ୟକ ।
ସିଏସଏମ ଟେକ୍ନୋଲୋଜିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଲଗ୍ନା ପାଣି ଏହି ଅବସରରେ ଟେକ୍ନୋଲୋଜି ଜଗତରେ ନିଜ ଅଭିଜ୍ଞତା ବଖାଣି ଥିଲେ । କହିଛନ୍ତି ଯେ କର୍ପୋରେଟ୍ ହାଉସରେ ସାଧାରଣ ଧାରଣା ହେଉଛି ଯେ ମହିଳାମାନେ ମାନବ ସମ୍ବଳ ଏବଂ ମାର୍କେଟିଂରେ ବହୁତ ବେଶ ଭଲ କାର୍ଯ୍ୟ କରନ୍ତି । କିନ୍ତୁ ମୁଁ କହିବି ସେମାନେ ମାନବ ସମ୍ବଳ ଏବଂ ମାର୍କେଟିଂରେ ବହୁତ ଭଲ କାରଣ ସେମାନେ ଅତ୍ୟନ୍ତ ସମ୍ବେଦନଶୀଳ ଓ ଉଦାର ଅଟନ୍ତି । ଜନ ସମ୍ପର୍କ, ଗଣମାଧ୍ୟମ ଏବଂ ଯୋଗାଯୋଗ କ୍ଷେତ୍ରରେ ମହିଳାମାନେ ଅତ୍ୟନ୍ତ ଉଚ୍ଚକୋଟିର ପ୍ରଦର୍ଶନ କରୁଥିବା ସେ ପ୍ରକାଶ କରିଥିଲେ।
କଳିଙ୍ଗ ହସ୍ପିଟାଲ୍ ପରିଚାଳନା ନିର୍ଦ୍ଦେଶିକା ନୀଲାଞ୍ଜନା ମୁଖାର୍ଜୀ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବେ ବି ଅନେକ ମାତ୍ରାରେ ପ୍ରଭାବୀ ଯୋଗାଯୋଗ ଦକ୍ଷତାର ଅଭାବ ରହିଥିବା କହିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମହିଳାମାନେ ସଂଖ୍ୟାଗରିଷ୍ଠ ରହିଥିବା ଦର୍ଶାଇ ସେ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଡାକ୍ତରଙ୍କ ମଧ୍ୟରେ ଉନ୍ନତ ଯୋଗାଯୋଗ ଦକ୍ଷତାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ କାରଣ ସେମାନେ ପ୍ରାୟତଃ ରୋଗୀ ଏବଂ ପରିବାର ସଦସ୍ୟଙ୍କ ଭାବପ୍ରବଣତାକୁ ସାମ୍ନା କରନ୍ତି। ଆପଣ ପୁରୁଷ କିମ୍ବା ମହିଳା ହୁଅନ୍ତୁ କାର୍ଯ୍ୟ କ୍ଷେତ୍ରରେ କୌଣସି ଭେଦଭାବ ରହିବା ଉଚିତ ନୁହେଁ।
ଏହି ଅବସରରେ ପିଆରଏସଆଇ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ ଯୋଗାଯୋଗ କ୍ଷେତ୍ରରେ ପ୍ରେରଣାଦାୟୀ ମହିଳା ବିଷୟରେ ଉଲ୍ଲେଖ କରି କର୍ମକ୍ଷେତ୍ରରେ ସମାନତା ଏବଂ ଲିଙ୍ଗ ସମ୍ବେଦନଶୀଳତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
Comments are closed.