ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ଆସିବା ନେଇ ଯେଉଁ ଆଶା କରାଯାଉଥିବା ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ସିରମ ଇନଷ୍ଟିଚୁଟ୍ ମୁଖ୍ୟ ଆଦର ପୁନାୱାଲା । ତାଙ୍କ ମତରେ ୨୦୧୪ ପୂର୍ବରୁ ସମସ୍ତଙ୍କ ପାଇଁ କରୋନା ଭ୍ୟାକସିନ୍ ଉପଲବ୍ଧ ହେବା ଅସମ୍ଭବ ।
ଏକ ସାକ୍ଷାତକାରରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ମୁଖ୍ୟ ଅଦାର ପୁନାଓ୍ବାଲା କହିଛନ୍ତି, ୪-୫ ବର୍ଷ ପୂର୍ବରୁ ପୃଥିବୀର ସମସ୍ତ ଲୋକଙ୍କୁ କରୋନା ଭ୍ୟାକ୍ସିନ୍ ଯୋଗାଇବା ସମ୍ଭବ ନୁହେଁ । ଭ୍ୟାକସିନ୍ ନିର୍ମାଣକାରୀ କମ୍ପାନୀ ଉତ୍ପାଦନ ବୃଦ୍ଧି କରିନାହାନ୍ତି । ଯଦି ପ୍ରତି ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍ କରୋନା ଭ୍ୟାକ୍ସିନ୍ ଦିଆଯାଏ ତେବେ ମୋଟ ୧୫ ଆରବ ଡୋଜ୍ର ଆବଶ୍ୟକତା ପଡ଼ିବ।
ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏବେ ୫ଟି ଅନ୍ତରାଷ୍ଟ୍ରୀୟ କମ୍ପାନୀ ସହ କାର୍ଯ୍ୟ କରୁଛି । ଏଷ୍ଟ୍ରାଜେନିକା ଓ ନୋଭାଭ୍ୟାକ୍ସ ମଧ୍ୟ ଏଥିରେ ସାମଲ ରହିଛି । ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏବେ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି ଯାହାର ୧ ଆରବ ଡୋଜ୍ ପ୍ରସ୍ତୁତ କରାଯିବ । କିନ୍ତୁ ଏଥିରୁ ୫୦ ପ୍ରତିଶତ କେବଳ ଭାରତ ପାଇଁ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।
ସେପଟେ ୟୁରୋପ ଓ ଆମେରିକା ପକ୍ଷରୁ ଭ୍ୟାକ୍ସିନ୍ ଭାରୀ ଅର୍ଡର ବିକାଶଶୀଳ ରାଷ୍ଟ୍ରରେ କରୋନା ଭ୍ୟାକ୍ସିନ୍ ଉପଲବ୍ଧ ନେଇ ଆଶଙ୍କା ପ୍ରକାଶ ପାଇଛି । ଯଦି ବିକଶିତ ଦେଶ କରୋନା ଭ୍ୟାକସିନ୍ ଅଧିକ ମାତ୍ରାରେ କିଣିବାକୁ ଚାହାଁନ୍ତି ତେବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ କରୋନା ଭ୍ୟାକ୍ସିନ୍ ଉପଲବ୍ଧ ଲିଷ୍ଟର ତଳକୁ ପଳାଇବେ ବୋଲି ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ମୁଖ୍ୟ ପ୍ରକାଶ କରିଛନ୍ତି ।
Comments are closed.