Latest Odisha News

BREAKING NEWS

ପ୍ରଫେସର ଡି. କେ. ରାୟଙ୍କ ପରଲୋକ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ତଥା ଇଂରାଜୀ ଭାଷା ତାଲିମ କେନ୍ଦ୍ର(ଇଏଲ୍‌ଟିଆଇ)ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଡି. କେ. ରାୟଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

୧୯୩୮ ମସିହା ଫେବ୍ରୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ରାୟ । ପ୍ରଫେସର ଜି. କେ. ଦାସଙ୍କ ପରେ ସେ ଦ୍ୱିତୀୟ ବ୍ୟକ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଫାଷ୍ଟ କ୍ଲାସରେ ପାସ କରିଥିଲେ ।

ପାଠ ପଢା ସାରିବା ପରେ ସେ ଖଲ୍ଲିକୋଟ କଲେଜରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଫେସର ରାୟଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି ।

Leave A Reply

Your email address will not be published.