Latest Odisha News

BREAKING NEWS

ନାବାଳିକାକୁ ୨ ମହଲା ଉପରୁ ଫିଙ୍ଗିଦେଲେ

ମଥୁରା(ୟୁପି):ଉତ୍ତର ପ୍ରଦେଶ ମଥୁରାରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ୨ମହଲା ଛାତ ଉପରୁ ଫିଙ୍ଗିଦେଇଛନ୍ତି। ଛାତ ଉପରୁ ଫିଙ୍ଗିବାର ଭିଜୁଆଲ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ସମ୍ପୃକ୍ତ ନାବାଳିକା ମଥୁରା ହସପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ଜଣ ଗିରଫ ହୋଇଥିବା ବେଳେ ଅନ୍ୟଜଣକୁ ପୁଲିସ ଖୋଜୁଛି।

ପ୍ରେମପାଲ ସିଂହ ନାମକ ପରିବାର ମଥୁରାର ଛତହା ଅଞ୍ଚଳରେ ରହନ୍ତି। ପୀଡ଼ିତା ପ୍ରେମପାଲଙ୍କ ଝିଅ। ପୀଡ଼ିତାଙ୍କ ଭାଇ କହିଛନ୍ତି, ଅଭିଯୁକ୍ତମାନେ କିଛି ଦିନ ହେଲା ତାଙ୍କ ଭଉଣୀକୁ ହଇରାଣ କରୁଥିଲେ ଓ ଦୁର୍ବ୍ୟବହାର ମଧ୍ୟ ଦେଖାଇଆସୁଥିଲେ। ତେବେ ଗତକାଲି ରାତି ପ୍ରାୟ ରାତି ୮ଟା ବେଳେ ତାଙ୍କ ବାପାଙ୍କ ନମ୍ବରକୁ ଅଜଣା ନମ୍ବରରୁ କଲ୍ ଆସିଥିଲା ଏବଂ ସେମାନଙ୍କ ଠିକଣା ପଚାରିଥିଲେ। ଏହାର କିଛି ସମୟ ପରେ ୩ଜଣ ଲୋକ ଏକ ମୋଟରସାଇକେଲରେ ଆସି ତାଙ୍କ ଘରେ ଜବରଦସ୍ତି ପଶିଥିଲେ। ସମସ୍ତଙ୍କୁ ଦୁର୍ବବ୍ୟବହାର କରିବା ସହ ଭଉଣୀକୁ ବାଲକୋନୀକୁ ଜବରଦସ୍ତି ନେଇଯାଇଥିଲେ। ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଅତି ନିର୍ଦ୍ଦୟ ଭାବେ ତାଙ୍କୁ ତଳକୁ ଫିଙ୍ଗିଦେଇଥିଲେ। ଅଭିଯୁକ୍ତମାନେ ବିହାର ଅଞ୍ଚଳର ହୋଇଥିବା ପୁଲିସ କହିଛି। ତେବେ ସେମାନଙ୍କୁ କିଏ ସୁପାରି ଦେଇଥିଲା ଓ ଏହା ପଛରେ କଣ ଶତ୍ରୁତା ରହିଛି, ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନ ଦେଇଛି।

Leave A Reply

Your email address will not be published.