Latest Odisha News

BREAKING NEWS

ଆଇଟି ଓ ବିପିଓ ସେକ୍ଟର ପାଇଁ ବଢ଼ିଲା ଓ୍ୱାର୍କ ଫ୍ରମ୍ ହୋମ୍ ଅବଧି

ନୂଆଦିଲ୍ଲୀ: ଆଇଟି ଓ ବିପିଓ କମ୍ପାନୀ ଏବଂ ଏଥିରେ କାର‌୍ୟ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେସବୁ କମ୍ପାନୀ ପାଇଁ ଓ୍ୱାର୍କ ଫ୍ରମ୍ ହୋମ୍ ଅବଧିକୁ ଆଉ ପାଞ୍ଚ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ଆସନ୍ତା ଡିସେମ୍ବର ୩୧ ଯାଏଁ ଅବଧି ବଢ଼ିଛି । ପୂର୍ବରୁ ଜୁଲାଇ ୩୧ ତାରିଖରେ ସରୁଥିଲା ଓ୍ୱାର୍କ ଫ୍ରମ୍ ହୋମ୍ ଡେଡଲାଇନ୍ । ସମୟସୀମା ବୃଦ୍ଧି ନେଇ କେନ୍ଦ୍ର ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ ସହ ସର୍ତ୍ତାବଳୀ ଲାଗୁ କରିଥିଲେ । ପରେ ଏହାର ସମୟସୀମାକୁ ଜୁଲାଇ ୩୧ ଯାଏ ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.