Latest Odisha News

BREAKING NEWS

ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର

ଭୁବନେଶ୍ବର: ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର । ସେମାନେ ପରିଚୟପତ୍ର ଦେଖାଇଲେ ତାଙ୍କୁ ୫ କେଜି ଏଲପିଜି ମିଳିବ। ସେହିପରି ଇ-କେଓ୍ବାସି ମାଧ୍ୟମରେ ବିକ୍ରୟ ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ । ଏନେଇ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

୫ କେଜି ଗ୍ୟାସ୍ ର ଅବୈଧ ବିକ୍ରି ଉପରେ କଟକଣା ଲାଗିଛି । ସେହିପରି ଚାରିଦିନ ପୂର୍ବରୁ ସୂଚନାଥିଲା କି, ରାଜ୍ୟରେ ବନ୍ଦ ହେବ ଏଲପିଜି, ମିଳିବ ପିଏନ୍‌ଜି । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଥିଲେ ।

କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଏଣିକି ଆଉ ଖୋଲା ବଜାରରେ ୫କେଜି ଗ୍ୟାସ୍ ଟାଙ୍କି ମିଳିବ ନାହିଁ। ଖୋଲାରେ ଗ୍ୟାସ୍ ବିକ୍ରି ହୋଇପାରିବ ନାହିଁ। ଖୋଲାରେ ଗ୍ୟାସ୍ ମିଳୁଥିବାରୁ ବ୍ୟାପକ କଳାବଜାର ହେଉଛି । ରାଜ୍ୟର କୌଣସି ସ୍ଥାନରେ ଆଉ ଖୋଲାରେ ଗ୍ୟାସ୍ ଭର୍ତ୍ତି କରାଯାଇ ପାରିବ ନାହିଁ। କେବଳ ଏଜେନ୍ସି ଏବଂ ଲାଇସେନ୍ସପ୍ରାପ୍ତ ଦୋକାନୀ ହିଁ ଗ୍ୟାସ୍ ବିକ୍ରି କରିବେ। ପେଟ୍ରୋଲ ଓ ଡିଜେଲ କେନ୍ଦ୍ର ସରକାରଙ୍କ ଦାୟିତ୍ୱରେ ଅଛି, ଯାହା କେନ୍ଦ୍ର ସରକାର ନିଷ୍ପତ୍ତି ନେଉଛନ୍ତି ତାକୁ ଆମେ ମାନିବୁ ।

ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ଗ୍ୟାସ ସଂଯୋଗ ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା ଗ୍ୟାସ୍ ସଂଯୋଗକୁ ବନ୍ଦ କରାଯାଇପାରିବ। ଯେଉଁମାନେ ରିଆତି ପାଇବାକୁ ଯୋଗ୍ୟ ସେମାନଙ୍କୁ ସୁନିଶ୍ଚିତ କରିବାକୁ ଇ-କେୱାଇସି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.