Latest Odisha News

BREAKING NEWS

ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ

ପୁରୀ : ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ। ପୁରୀ ରୋଟାରୀ କ୍ଲବ ପକ୍ଷରୁ ନିୟମିତ ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ ହୋଇଯାଇଛି । ପୁରୀ ରୋଟାରୀ କ୍ଲବ ଆନୁକୁଲ୍ୟରେ ଏବଂ କଟକ ସ୍ଥିତ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ପୁରୀରେ ଏକ ନୂତନ ଚକ୍ଷୁ ଯତ୍ନକେନ୍ଦ୍ର ଆରମ୍ଭ କରାଯାଇଛି।ସ୍ଥାନୀୟ ରମାବଲ୍ଲଭ ରୋଡସ୍ଥିତ ରୋଟାରୀ କମ୍ୟୁନିଟି ସେଣ୍ଟର ପରିସରରେ ଏହି କେନ୍ଦ୍ର କେବଳ ସୋମବାର ବ୍ୟତିତ ଅନ୍ୟ ସମସ୍ତ ଦିବସରେ ପୂର୍ବାହ୍ନ ୧୦ ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ଅତ୍ୟାଧୁନିକ ଯନ୍ତ୍ରପାତି ଓ ସରଞ୍ଜାମର ସହାୟତାରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଓ ଅଭିଜ୍ଞ ଚିକିତ୍ସକ ଆଖିର ପାଓ୍ବାର, ମୋତିଆବିନ୍ଦୁ ଓ ଗ୍ଲୁକୋମି ସମେତ ଚକ୍ଷୁ ସମ୍ବନ୍ଧୀୟ ସମସ୍ତ ରୋଗ ନିରୂପଣ କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିବେ। ବିପିଏଲ୍ କାର୍ଡ଼ଧାରୀଙ୍କ କ୍ଷେତ୍ରରେ ମାଗଣାରେ ମୋତିଆବିନ୍ଦୁ ବା କାଟାରାକ୍ଟ ଅପରେସନର ମଧ୍ୟ ବ୍ୟବସ୍ଥା କରାଯିବ। ପରାମର୍ଶ ପାଇଁ ରୋଗୀ ପ୍ରତି ମାତ୍ର ୨୦ ଟଙ୍କା ଫି ଆଦାୟର ବ୍ୟବସ୍ଥା କରାଯାଇଛି।।

ତେବେ କେନ୍ଦ୍ରର ଲୋକାର୍ପଣ ଅବସରରେ ସମ୍ମୁଖ କରୋନା ଯୋଦ୍ଧା କୁହାଯାଉଥିବା ପୁରୀର ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ଅଞ୍ଜଲିକା ଏବଂ ବରିଷ୍ଠ ଅପ୍ଟୋମେଟ୍ରିଷ୍ଟ ଅର୍କଦୀପ୍ ମାଇତୀ ଓ ସୁପ୍ରଭାତ ବେହେରା ସମସ୍ତଙ୍କର ଚକ୍ଷୁ ପରୀକ୍ଷା କରିଥିଲେ।

Leave A Reply

Your email address will not be published.