Latest Odisha News

ନୀରଜ, ମନୁଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଫାଇନାଲକୁ ଉନ୍ନୀତ ହେଲେ ଓଡିଶାର କିଶୋର

ନୂଆଦିଲ୍ଲୀ: ଓଡିଶା ଆଥଲେଟ କିଶୋର କୁମାର ଜେନା, ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରାଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଅନ୍ୟ ଭାରତୀୟ ଭାବେ ଡିପି ମନୁ ପଦକ ଦୌଡରେ ସାମିଲ ହୋଇଛନ୍ତି । ଅଗଷ୍ଟ ୨୭ରେ ଫାଇନାଲ ମ୍ୟାଚ ଖେଳାଯିବ । ୨୭ଜଣ ଜାଲେଲିନ ଥ୍ରୋୟରଙ୍କୁ ୨ଟି ଗ୍ରୁପ ଏ ଓ ବିରେ ଭାଗ କରାଯାଇଥିଲା । ଏଥିରୁ ୧୨ ଜଣ ଫାଇନାଲକୁ ଉନ୍ନୀତ ହେବେ । କିଶୋର ଗ୍ରୁପ ବିରେ ୮୦.୫୫ ମିଟର ଦୂରତାକୁ ଥ୍ରୋ କରି ୫ମ ସ୍ଥାନରେ ରହିଥିଲେ । ଏହି ଗ୍ରୁପରେ ପାକିସ୍ତାନର ଅର୍ଶାଦ ନଦୀମ ୮୬.୭୯ ମିଟର ସହ ଶୀର୍ଷ ସ୍ଥାନରେ ରହିଥିଲେ ।

ପୂର୍ବରୁ ନୀରଜ ଚଳିତ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ । ନୀରଜ ତାଙ୍କର ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ମନୁ ୮୧.୩୧ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ତୃତୀୟ ସ୍ଥାନରେ ରହି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ପ୍ରଥମ ଥର ପାଇଁ ଭାରତର ୩ଜଣ ପ୍ରତିଯୋଗୀ ପଦକ ଦୌଡରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.