Latest Odisha News

BREAKING NEWS

୨ ବର୍ଷ ହେଲାଣି ଦୁନିଆ ଭ୍ରମଣ କରୁଛନ୍ତିି ଯୁବତୀ , ତାହା ପୁଣି ବିନା ଟିକେଟ୍‌ରେ

ଲଣ୍ଡନ: ସାଧାରଣତଃ ଅଧିକାଂଶ ଲୋକ ଭିନ୍ନ ଭିନ୍ନ ସ୍ଥାନ ବୁଲିବା ଓ ସେଠାକାର ପରମ୍ପରା, ସଂସ୍କୃତି, ଚାଲିଚଳନ ଜାଣିବାରେ ଆଗ୍ରହ ର୍‌ଖିଥାନ୍ତି । କିନ୍ତୁ ଆଉ କିଛି ଲୋକ ଆର୍ଥିକ ଅବସ୍ଥା ଯୋଗୁ ନିଜ ଇଛାକୁ ମନ ଭିତରେ ମାରିବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ଆଉ କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ଉତ୍ସାହ ଯୋଗୁ ସେମାନେ କୌଣସି ଉପାୟର ବାଟ ଖୋଜନ୍ତି । ଲଣ୍ଡନରେ ରହୁଥିବା ଜଣେ ଯୁବତୀ ସମାନ କାର୍ଯ୍ୟ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଗତ ୨ ବର୍ଷ ହେଲାଣି ସେ ଭିବିନ୍ନ ସ୍ଥାନ ଭ୍ରମଣ କରୁଛନ୍ତି । କିନ୍ତୁ ବିନା ଟିକେଟ୍ ଓ ବିନା ହୋଟେଲ ଭଡାରେ ସେ ବିଭିନ୍ନ ସ୍ଥାନ ବୁଲୁଛନ୍ତି । କେବଳ ଏତିକି ନୁହେଁ ସେ ରୋଜଗାର ମଧ୍ୟ କରୁଛନ୍ତି । ଆପଣ ଏବେ ଭାବୁଥିବେ ଏହା କିପରି ସମ୍ଭବ ? ଜାଣନ୍ତୁ ତାଙ୍କ ବିଷୟରେ ।

୩୦ ବର୍ଷୀୟା ମେଲି ମାୟର୍ସ ଲଣ୍ଡନରେ ରୁହନ୍ତି । ସେ ଏକ ୫ ତାରକା ହୋଟେଲରେ ଇଭେଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ । କିନ୍ତୁ ଯେତେବେଳେ କୋଭିଡ ଆସିଲା, ସେତେବେଳେ ହୋଟେଲଶିଳ୍ପରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା । ଏହି କାରଣରୁ ମେଲିଙ୍କୁ ତାଙ୍କ ଚାକିରି ହରାଇବାକୁ ପଡ଼ିଥିଲା । ଏହାକୁ ନେଇ ମେଲି ଏତେ ଚିନ୍ତିତ ହେଲେ ଯେ, କ’ଣ କରିବେ ବୁଝିପାରିଲେ ନାହିଁ । ହଠାତ୍ ଦିନେ ବସିଥିବା ସମୟରେ ତାଙ୍କର ମନକୁ ଆସିଲା ଯେ ନିଜସ୍ୱ କିଛି କାହିଁକି ଆରମ୍ଭ କରିବେ ନାହିଁ । ସେ ପ୍ରଥମେ ଇନଷ୍ଟାଗ୍ରାମରେ ବ୍ଲଗିଂ ଆରମ୍ଭ କଲେ । କିଛି ମାସ ମଧ୍ୟରେ, ସେ ଏତେ ଲୋକପ୍ରିୟ ହେଲେ ଯେ, ୨୦୨୨ ମସିହାରେ ସେ ଜାତୀୟ ସୋସିଆଲ ମିଡିଆ ପୁରସ୍କାର ଜିତିଲେ । ମାଗଣାରେ ଭର୍ଜିନ୍ ବାଏଜ୍ କ୍ରୁଜ୍ ଚଢିବାର ସୁଯୋଗ ପାଇଲେ ।

ମେଲି କହିଛନ୍ତି ଯେ, ଚାକିରି ହରାଇବାର ଦୁଃଖ ମୋତେ ଏତେ ବ୍ୟସ୍ତ କରାଇ ଦେଲା ଯେ ମୁଁ ଅଭିନୟ ଦୁନିଆକୁ ଚାଲିଗଲି । ଏହା ଧୀରେ ଧୀରେ ମୋର ଆଗ୍ରହ ହୋଇଗଲା । ଆଜି ମୁଁ ଏପରି ଜଣେ ପରିଚିତ ମହିଳା ହୋଇଗଲି ଯେ ଲକ୍ଷ ଲକ୍ଷ ଲୋକ ମୋ କଥା ଶୁଣନ୍ତି । ମୋର ଭିଡିଓ ଦେଖନ୍ତି । ମୋତେ ଭଲ ପାଇବା ଦିଅନ୍ତି । ମୁଁ ଯେଉଁଆଡେ ଯାଏ, ସେଲଫି ପାଇଁ ଲାଇନ୍ ବି ଲଗାନ୍ତି । ମୁଁ ଲୋକମାନଙ୍କୁ ପ୍ରେରଣାଦାୟକ ଏବଂ ମନୋରଞ୍ଜନ ଯୋଗାଇଥାଏ । ଲୋକଙ୍କୁ ଖାଦ୍ୟ, ଫ୍ୟାଶନ୍ ଏବଂ ଭ୍ରମଣ ଅଭିଜ୍ଞତା ବିଷୟରେ ଜଣାଇଥାଏ । ମୁଁ ବହୁତ ଖାଏ । ବଡ଼ ବଡ଼ ହୋଟେଲରେ ରହେ । ଏହା ସତ୍ତ୍ୱେ ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ ହୁଏ ନାହିଁ । ଗତ ୨ ବର୍ଷରେ ଭିତରେ ମୁଁ ୫୨.୩୮ ଲକ୍ଷ ଟଙ୍କା ସଞ୍ଚୟ ବି କରିଛି ।

ସୋସିଆଲ ମିଡିଆ ଷ୍ଟାର ଭାବେ ପରିଚିତ ହୋଇଥିବା ମେଲି ବର୍ତ୍ତମାନ ଟ୍ରାଭେଲ ଏଜେନ୍ସି ଟ୍ରେଣ୍ଡିଂ ଟ୍ରାଭେଲ ସହିତ କାମ କରୁଛନ୍ତି । ଏହି ଏଜେନ୍ସି ଲୋକମାନଙ୍କୁ ସେଲିବ୍ରିଟି ଏବଂ ବିଳାସପୂର୍ଣ୍ଣ ଛୁଟିଦିନ ହଟସ୍ପଟକୁ ନେଇଥାଏ । ସମ୍ପ୍ରତି ସେ ଏକ ସପ୍ତାହ ଧରି ଭୂମଧ୍ୟସାଗରୀୟ ଦେଶଗୁଡ଼ିକୁ ଯାତ୍ରା କରି ଫେରିଛନ୍ତି । ଭର୍ଜିନ୍ ଭଏଜ୍ କ୍ରୁଜ୍ ରୁ ଫେରିବା ପରେ ମେଲି କହିଛନ୍ତି, ମୁଁ କେବେ ସମୁଦ୍ରରେ ଯାତ୍ରା କରି ନ ଥିଲି । ଏହା ଆଶ୍ଚର୍ଯ୍ୟଜନକ ଥିଲା । ଏଠାରେ ପ୍ରଚୁର ମନୋରଞ୍ଜନ କରିବାର ମାଧ୍ୟମ ଥିଲା । ବିଳମ୍ବିତ ରାତିର ପାର୍ଟି, ରାତ୍ରୀ ଭୋଜନ ଏବଂ ମଜାଳିଆ ଲୋକ ସବୁକିଛି ସେଠାରେ ଥିଲା, ଯାହା ସମସ୍ତଙ୍କୁ ଆକର୍ଷିତ କରିଥିଲା ।

Leave A Reply

Your email address will not be published.