Latest Odisha News

କରୋନା ଭାଇରସ ମୁକାବିଲା ଲାଗି ବିଶ୍ୱ ବ୍ୟାଙ୍କର ଆର୍ଥୀକ ପ୍ୟାକେଜ ଘୋଷଣା!

ୱାସିଂଟନ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜରୁରୀକାଳୀନ ଆର୍ଥୀକ ସହାୟତା ଘୋଷଣା କରାଯାଇଛି ।

କରୋନା ଭାଇରସ ପ୍ରଭାବିତ ଦେଶଗୁଡିକୁ ଏହି ସହଯୋଗ ପ୍ରଦାନ କରାଯିବ ।

ଏନେଇ ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍ ମଲପାସ୍ କହିଛନ୍ତି “କରୋନା ଭାଇରସର ମୁକାବିଲା କରିବାକୁ ଯାଇ ଗରିବ ଦେଶଗୁଡିକ ଉପରେ ଅତିରିକ୍ତ ବୋଝ ପଡୁଛି । ତେଣୁ ଜରୁରୀକାଳୀନ ପରିସ୍ଥିତିରେ ବିଶ୍ୱ ବ୍ୟାଙ୍କ ସେମାନଙ୍କୁ ଆର୍ଥୀକ ସହାୟତା ଯୋଗାଇବା ଲାଗି ୧୨ ଅରବ ଡଲାରର ପ୍ୟାକେଜ ଘୋଷଣା କରିଛି । ଏହାବ୍ୟତିତ ସହଯୋଗ ଚାହୁଁଥିବା ରାଷ୍ଟ୍ରଗୁଡିକୁ ମେଡିକାଲ୍ ଉପକରଣ କିଣିବା, ସେବା ତଥା ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ଦିଆଯିବ ।

ବର୍ତ୍ତମାନ ସମୟରେ ଜାପାନ, ଜର୍ମାନୀ, ଆମେରିକା, ଦକ୍ଷିଣ କୋରିଆ ଓ ଭାରତ ସମେତ ୬୦ରୁ ଅଧିକ ଦେଶରେ ଏହି କରୋନା ଭାଇରସର ସଂକ୍ରମଣ ମାମଲା ନଜରକୁ ଆସୁଥିବା ବେଳେ ଏଯାବତ୍ ପ୍ରାୟ ୯୦ ହଜାର ବ୍ୟକ୍ତି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ମଧ୍ୟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ମହାମାରୀ ରୂପ ନେଉଥିବା କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଗ୍ଲୋବାଲ୍ ଇମରଜେନ୍ସି ଭାବେ ଘୋଷିତ କରାଯାଇଥିଲା ।

 

Leave A Reply

Your email address will not be published.