Latest Odisha News

ସିଭି ରମଣ ଇଞ୍ଜିନିୟରିଂ କଲେଜ ପାଇଲା ବିଶ୍ବବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ସି.ଭି ରମଣ ଇଞ୍ଜିନିୟରିଂ କଲେକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି ।
ଓଡିଶା ସରକାରଙ୍କ ଆଦେଶକ୍ରମେ ଏହି ମାନ୍ୟତା ମିଳିବା ପରେ କଲେଜର ନୂତନ ନାମ ସି.ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ହୋଇଛି ।

ଏହି ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ, ବିଜ୍ଞାନ ଓ କଳା ବ୍ୟତିତ ଫ୍ୟୁଚର ଅଫ୍ସ୍‌ିଲ୍ ଯଥା ରୋବୋଟିକ୍ସ, ଡିଜିଟାଲ୍ ଫ୍ୟାକ୍ଟ୍ରି, ଡ୍ରୋନ୍‌ଟେକ୍ନାଲୋଜି, ପୋଷ୍ଟ ଗ୍ରାଜୁଏଟ୍ ଭଳି ଆହୁରି ଅନେକ ପାଠ୍ୟକ୍ରମ ପ୍ରଦାନ କରୁଛି ।

ଏହାବ୍ୟତିତ ପ୍ରଥମ ୫ବର୍ଷ ଷ୍ଟାର୍ଟ ଅପ୍‌, ଇନୋଭେସନ୍ ଏବଂ ରିସର୍ଚ୍ଚ ଧେତ୍ରରେ ପ୍ରାଧାନ୍ୟ ଦିଆଯିବାକୁ ଥିବା ବେଳେ ଏମବିଏ୍ ପାଠ୍ୟକ୍ରମରେ ବିଭିନ୍ନ ଉଦ୍ୟୋଗ ସୃଷ୍ଟି ଓ ପରିଚାଳନା ସହିତ ଉଡାଜାହାଜ ରାଜସ୍ୱ ପରିଚାଳନା ଆଦି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟ ଫ୍ୟୁଚର ଅଫ୍ ସ୍କିଲର ସମସ୍ତ ବିଭାଗରେ ଅତ୍ୟାଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବା ସହିତ ବିଶ୍ୱସ୍ତରୀୟ ଶିଳ୍ପସଂସ୍ଥା ସହ ମିଶି କରିକୁଲମ ଡିଜାଇନ୍ ଏବଂ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ୍ ପ୍ରଦାନ କରାଯିବ ।

ଆଗାମୀ ଦିନରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ସଙ୍ଗେସଙ୍ଗେ ପୁରାତନ ପାଠ୍ୟକ୍ରମର ଗୁଣମାନ ବୃଦ୍ଧି କରିବା ଏବଂ ବିଦେଶରୁ ବିଭିନ୍ନ ଶିକ୍ଷାବିତ୍ ମାନଙ୍କୁ ନିଯୁକ୍ତ କରାଯାଇ ଏହାର ଶୈକ୍ଷିକ ପରିବେଶକୁ ଉନ୍ନତ କରାଯିବ ବୋଲି କହିଛନ୍ତି ସଭାପତି ସଞ୍ଜିବ କୁମାର ରାଉତ ।

Leave A Reply

Your email address will not be published.