Latest Odisha News

BREAKING NEWS

ବିଶ୍ୱ କରୋନା; ୨୪ ଘଣ୍ଟାରେ ୪.୯୦ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ ଦିନକୁ ଦିନ ବଢିଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ୱରେ ୪ ଲକ୍ଷ ୯୦ ହଜାର ନୂତନ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୬ ହଜାର ୬୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନରେ ମେକ୍ସିକୋରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଥିବା ମାମଲା ସାମ୍‌ନାକୁ ଆସିଛି। ଏହା ପଛକୁ ଆମେରିକା, ଇଟାଲୀ, ଇରାନ, ଭାରତରେ ସର୍ବାଧିକ କରୋନା ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି।

ୱାର୍ଲଡ୍‌ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୫ କୋଟି ୪୮ ଲକ୍ଷ ମାମଲା ରୁଜୁ ହୋଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୩ ଲକ୍ଷ ୨୪ ହଜାର ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ଯେଉଁଠି ୩ କୋଟି ୮୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧ କୋଟି ୫୩ ଲକ୍ଷ ଲୋକ ଏବେବି କରୋନା କବଳରେ ଅଛନ୍ତି। ସେମାନେ ଚିକିତ୍ସିତ ହେଉଛନ୍ତି। ଯେଉଁଥିରୁ ଏକ ଲକ୍ଷ ଲୋକ ଗୁରୁତର ଅବସ୍ଥାରେ ଅଛନ୍ତି।

Comments are closed.