Latest Odisha News

BREAKING NEWS

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬.୭୫ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬.୭୫ ଲକ୍ଷ ନୂଆ ମାମଲା ରେକର୍ଡ ହୋଇଛି ଏବଂ ୧୨,୬୪୩ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି। ଏହା ପରେ ଇଟାଲୀ, ମେକ୍ସିକୋ, ବ୍ରାଜିଲ, ପୋଲାଣ୍ଡ,  ଋଷିଆ, ଜର୍ମାନୀ, ଭାରତରେ ସର୍ବାଧିକ ମୃତ୍ୟୁ ଘଟିଛି। ବ୍ରିଟେନରେ ମୃତ୍ୟୁସଂଖ୍ୟା ୬୦ ହଜାର ଅତିକ୍ରମ କରିଛି।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟି ୫୫ ଲକ୍ଷ ୧୨ ହଜାର ମାମଲା ରିପୋର୍ଟ ହୋଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୫ ଲକ୍ଷ ୧୧ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ୪୩ ମିଲିୟନରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧ କୋଟି ୮୬ ଲକ୍ଷ ୪୧ ହଜାର ଲୋକ ଏବେବି କରୋନା ସଂକ୍ରମିତ, ହୋଇ ଚିକିତ୍ସିତ ହେଉଛନ୍ତି।

Comments are closed.