Latest Odisha News

BREAKING NEWS

ଜନସଂଖ୍ୟା ବିଶେଷଜ୍ଞଙ୍କ ଚେତାବନୀ; କମିଯିବ ଚାଇନାର ଜନସଂଖ୍ୟା!

ବେଜିଂ: ବିଶ୍ୱର‌େ ଚାଇନାର ରହିଛି ସର୍ବାଧିକ ଜନସଂଖ୍ୟା ଅଛି। ଚାଇନାରେ ବର୍ଷ ବର୍ଷ ଧରି ଏକ ଶିଶୁ ନୀତି ପ୍ରଣୟନ କରାଯାଇଥିଲା। ତେବେ ବର୍ତ୍ତମାନ ଚାଇନାରେ ଜନସଂଖ୍ୟା ଶୀଘ୍ର ହ୍ରାସ ପାଇବା ଆରମ୍ଭ କରିପାରେ ବୋଲି ଅନୁମାନ କରାଯାଉଛି। ଜନସଂଖ୍ୟା ବିଶେଷଜ୍ଞମାନେ ମଧ୍ୟ ଏ ବିଷୟରେ ଚେତାବନୀ ଦେଇଛନ୍ତି। ଏଥି ସହିତ ଚାଇନାରେ ଜନସଂଖ୍ୟା ନିୟନ୍ତ୍ରଣ ନୀତି ଉପରେ ପୁନର୍ବିଚାର କରିବାକୁ ଏକ ନିବେଦନ କରାଯାଇଛି।

ଚୀନ୍‌ର ନାଗରିକ ବ୍ୟାପାର ମନ୍ତ୍ରୀ ଲି ଜିହେଙ୍ଗ କହିଛନ୍ତି ଯେ ଦେଶର ମୋଟ ଜନ୍ମ ହାର ଚେତାବନୀ ସୀମା ତଳେ ଯାଇଛି ଏବଂ ଦେଶର ଜନସଂଖ୍ୟା ଖୁବ୍ ଶୀଘ୍ର ହ୍ରାସ ପାଇବା ଆରମ୍ଭ ହୋଇପାରେ ବୋଲି ଡେମୋଗ୍ରାଫରମାନେ ଚେତାବନୀ ଦେଇଛନ୍ତି। ବାସ୍ତବରେ, ଚାଇନାରେ ଦଶନ୍ଧି ଧରି ଗୋଟିଏ ଶିଶୁର ନୀତି ୨୦୧୬ ମସିହାରେ ରଦ୍ଦ ହୋଇଯାଇଥିଲା ଏବଂ ଅନ୍ୟ ସନ୍ତାନକୁ ଜନ୍ମ ଦେବା ପାଇଁ ଅନୁମତି ଦିଆଯାଇଥିଲା। ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ହେତୁ ଚୀନ୍ ଏକ ଜନସଂଖ୍ୟା ସଙ୍କଟ ଦେଇ ଗତି କରୁଛି।

ଜନସଂଖ୍ୟା ବିଶେଷଜ୍ଞମାନେ ସୀମିତ ଜନସଂଖ୍ୟା ନିୟନ୍ତ୍ରଣ ନୀତିର ପୁନର୍ବିଚାର କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଏଥି ସହିତ, ବିବାହ ବିନା ସନ୍ତାନ ଜନ୍ମ ଉପରେ ଅଧିକ ସହନଶୀଳ ମନୋଭାବ ନେବାକୁ ଏବଂ ସେମାନଙ୍କ ପ୍ରତିପୋଷଣ ତଥା ଶିକ୍ଷା ପାଇଁ ଖର୍ଚ୍ଚକୁ ଅଧିକ ସୁଲଭ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସରକାରଙ୍କ ଦ୍ୱାରା ପରିଚାଳିତ ‘ଗ୍ଲୋବାଲ ଟାଇମ୍ସ’ର ସୂଚନା ଅନୁଯାୟୀ, ଲି ଏକ ଆର୍ଟିକିଲରେ କହିଛନ୍ତି ଯେ ବିଭିନ୍ନ କାରଣର ପ୍ରଭାବ ହେତୁ ଚୀନ୍ ଲୋକମାନେ ସନ୍ତାନ ପ୍ରସବ କରିବାକୁ କମ୍ ଆଗ୍ରହ ଦେଖାଉଛନ୍ତି। ସାମଗ୍ରିକ ଜନ୍ମ ହାର ଚେତାବନୀ ରେଖା ତଳେ ଯାଇଛି ଏବଂ ଜନସଂଖ୍ୟା ବୃଦ୍ଧି ହାର ଏକ ମୋଡ଼ରେ ପହଞ୍ଚିଛି।

Leave A Reply

Your email address will not be published.