Latest Odisha News

BREAKING NEWS

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୬.୭୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଆମେରିକା, ବ୍ରାଜିଲ୍, ତୁର୍କୀ, ଋଷିଆ ସମେତ ବିଶ୍ୱର ଅନେକ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬.୭୨ ଲକ୍ଷ ନୂତନ ମାମଲା ରେକର୍ଡ ହୋଇଛି ଏବଂ ୧୨,୦୫୨ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି। ଏହା ପରେ ଇଟାଲୀ, ମେକ୍ସିକୋ, ବ୍ରାଜିଲ, ପୋଲାଣ୍ଡ, ଭାରତ, ଋଷିଆ , ଜର୍ମାନୀ, ଫ୍ରାନ୍ସରେ ସର୍ବାଧିକ ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟି ୬୨ ଲକ୍ଷ ମାମଲା ରିପୋର୍ଟ ହୋଇଛି। ଏଥି ସହିତ, ଏପର୍ଯ୍ୟନ୍ତ ୧୫ ଲକ୍ଷ ୨୩ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ୪ କୋଟି ୫୭ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି। ୧ କୋଟି ୮୮ ଲକ୍ଷ ୮୦ ହଜାର ଲୋକ ଏବେବି କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Comments are closed.