Latest Odisha News

BREAKING NEWS

ବିଶ୍ୱ କରୋନା: ୯ କୋଟି ୩୪ ଲକ୍ଷ ଅତିକ୍ରମ କଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ବିପର୍ଯ୍ୟୟର ପ୍ରଭାବ ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ୭ ଲକ୍ଷ ୨୫ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏଭଳି ପରିସ୍ଥିତିରେ କରୋନା ବୃଦ୍ଧି ମାମଲା ଚିନ୍ତାର ବିଷୟ ପାଲଟିଛି। ଏଥି ସହିତ, ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୯ କୋଟି ୩୪ ଲକ୍ଷ ଅତିକ୍ରମ କରିସାରିଲାଣି। ଏହାର ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକ କରୋନା କାରଣରୁ ପ୍ରାଣ ହରାଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଅନେକ ଦେଶରେ ଦୈନନ୍ଦିନ ସଂକ୍ରମଣ ମାମଲା କ୍ଷେତ୍ରରେ ହ୍ରାସ ଘଟିଛି ଏବଂ ପୂର୍ବ ତୁଳନାରେ ମୋଟ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ସହିତ ଆରୋଗ୍ୟ ହାରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ବର୍ତ୍ତମାନ, ଏହି ସଂକ୍ରମଣ ଦ୍ୱାରା ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୬ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି।

Comments are closed.