Latest Odisha News

BREAKING NEWS

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬.୫୯ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ ଜାରି ରହିଛି। ପ୍ରତିଦିନ କରୋନା ସଂକ୍ରମଣ ମାମଲା ରେକର୍ଡ ସ୍ତରରେ ଆସୁଛି ଏବଂ ସଂକ୍ରମିତ ଲୋକଙ୍କ ଜୀବନ ନଷ୍ଟ ହେଉଛି। ସମଗ୍ର ବିଶ୍ୱର ୨୧୮ଟି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଲକ୍ଷ ୫୯ ହଜାରରୁ ଅଧିକ ନୂତନ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏଥିସହ ୧୧,୦୮୫ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଏହା ପରେ ଇଟାଲୀ, ଫ୍ରାନ୍ସ, ପୋଲାଣ୍ଡ, ମେକ୍ସିକୋ, ଭାରତ, ବ୍ରାଜିଲ, ବ୍ରିଟେନରେ ସର୍ବାଧିକ ମୃତ୍ୟୁ ଘଟିଛି।

ୱାର୍ଲଡ୍‌ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୫ କୋଟି ୭୮ ଲକ୍ଷ ୯୫ ହଜାର କରୋନା ମାମଲା ରିପୋର୍ଟ ହୋଇଛି। ଏଥି ସହିତ, ଏପର୍ଯ୍ୟନ୍ତ ୧୩ ଲକ୍ଷ ୭୬ ହଜାର ୮୦୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ୪୦ ନିୟୁତ ୯୭ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ୧ କୋଟି ୬୪ ଲକ୍ଷ ୨୦ ହଜାର ଲୋକ ଏବେବି କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.