Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପ ଜୁନିୟର୍‌ କରୋନା ଆକ୍ରାନ୍ତ; ଆମେରିକା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ୪୨ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ଜୁନିୟର୍‌ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ସମୟରେ, ସେ ସଙ୍ଗରୋଧରେ ରହିଛନ୍ତି। ମୁଖପାତ୍ର କହିଛନ୍ତି ଯେ ତାଙ୍କ କରୋନା ପରୀକ୍ଷା ଏହି ସପ୍ତାହରେ କରାଯାଇଥିଲା। ତଥାପି ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ସେ ସେ ଶୁକ୍ରବାର ଠାରୁ ସଙ୍ଗରୋଧରେ ଅଛନ୍ତି। ଟ୍ରମ୍ପ ଜୁନିଅର ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଆମେରିକାରେ କରୋନାରେ ୨,୫୦,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରାୟ ୧୨ ନିୟୁତ ଲୋକ ସଂକ୍ରମିତ ହୋଇଛନ୍ତି।

Leave A Reply

Your email address will not be published.