Latest Odisha News

BREAKING NEWS

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୩.୭୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୦ ହଜାର ୭୩୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୭୩ ଲକ୍ଷ ୬୯ ହଜାର ୯୩୯ କୁ ବୃଦ୍ଧି ପାଇଛି। ଏଥିସହ କରୋନା କାରଣରୁ ୨୩ ଲକ୍ଷ ୪୮ ହଜାର ୭୧୩ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୨ ହଜାର ୬୧୬ ଜଣଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୭ କୋଟି ୯୪ ଲକ୍ଷ ୨୭ ହଜାର ୫୭୮ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ସକ୍ରିୟ ମାମଲା ସଂଖ୍ୟା ହେଉଛି ୨ କୋଟି ୫୬ ଲକ୍ଷ ୦୩ ହଜାର ୬୪୮।

Comments are closed.