Latest Odisha News

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୮୭ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦୁନିଆରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ ଥମିବାର ନାଁ ନେଉ ନଥିବା ବେଳେ ସାରା ବିଶ୍ୱରେ କରୋନା ମାମଲା ପ୍ରାୟ ୬ କୋଟିରେ ପହଞ୍ଚିଛି। ବିଶ୍ୱର ୨୧୮ଟି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୭ ହଜାରରୁ ଅଧିକ ନୂତନ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏଥିସହ ୭,୩୭୫ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ମୃତ୍ୟୁ ହାର ସର୍ବାଧିକ ସ୍ତରରେ ରହିଛି। ଏହା ପରେ ଇଟାଲୀ, ମେକ୍ସିକୋ, ଭାରତ, ଇରାନ, ଋଷିଆ, ବ୍ରିଟେନରେ ସର୍ବାଧିକ ମୃତ୍ୟୁ ଘଟିଛି।

ୱାର୍ଲଡ୍‌ମିଟର  ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୫ କୋଟି ୮୯ ଲକ୍ଷ ୬୮ ହଜାର କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୩ ଲକ୍ଷ ୯୩ ​​ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ୪ କୋଟି ୭ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧ କୋଟି ୬୮ ଲକ୍ଷ ୧୯ ହଜାର ଲୋକ ଏବେବି କରୋନା ସଂକ୍ରମିତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Comments are closed.