Latest Odisha News

BREAKING NEWS

ଚାଲିଥିଲା ନମାଜ ପଢା, ଆକ୍ରମଣ କଲେ ଦୁର୍ବୁତ୍ତ; ୫ ମୃତ, ୧୮ ଆହତ

ନାଇଜେରିଆ: ନାଇଜେରିଆର ଏକ ମସଜିଦରେ ଦୁର୍ବୁତ୍ତଙ୍କ ଆକ୍ରମଣଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ।

ପ୍ରାପ୍ତ ସୂଚନାନୁସାରେ, ନାଇଜେରିଆର ଏକ ମସ୍‌ଜିଦରେ ନମାଜ ପାଠ ହେଉଥିବା ବେଳେ କିଛି ଦୁର୍ବୁତ୍ତ ଅଚାନକ ପଶିଯାଇ ଗୁଳିବର୍ଷଣ କରିବା ଆରମ୍ଭ କରିଥିଲେ ।

ଆକ୍ରମଣକାରୀଙ୍କ ଗୁଳିରେ ଘଟଣାସ୍ଥଳରେ ହିଁ ୨ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବାକି ୩ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ପୋଲିସ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

Leave A Reply

Your email address will not be published.