Latest Odisha News

BREAKING NEWS

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪.୮୦ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିଚାଲିଛି। ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ସାଢେ ପାଞ୍ଚ କୋଟିରେ ପହଞ୍ଚିଛି। ସେଥିମଧ୍ୟରୁ ୧୨ ଲକ୍ଷ ୬୮ ହଜାର ରୋଗୀ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪.୮୨ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ କରୋନା ହେତୁ ୬,୭୭୦ ଜଣଙ୍କର ମୃତ୍ୟୁ ହୋଇଛି। ଅତୀତରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ଆସିଥିଲା। ଏହା ପରେ ଭାରତ, ଇଟାଲୀ, ରୁଷିଆ, ପୋଲାଣ୍ଡ, ବ୍ରିଟେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା।

ୱାର୍ଲଡ୍‌ ମିଟର ଅନୁଯାୟୀ, ଏପର୍ଯ୍ୟନ୍ତ ୫ କୋଟି ୧୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୭୦ ପ୍ରତିଶତ ଅର୍ଥାତ୍ ୩୦ ନିୟୁତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ସକ୍ରିୟ ମାମଲା ସଂଖ୍ୟା ୧ କୋଟି ୩୯ ଲକ୍ଷକୁ ବୃଦ୍ଧି ପାଇଛି, ଅର୍ଥାତ୍ ବର୍ତ୍ତମାନ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.