Latest Odisha News

ଦୁନିଆର ସବୁଠୁ ଦାମିକା ହ୍ୱିସ୍‌କି; ଗୋଟିଏ ବୋତଲକୁ ୩୦,୦୦୦ ଡଲାର

ନୂଆଦିଲ୍ଲୀ: ସିଙ୍ଗଲ୍ ମାଲ୍ଟ୍ ହ୍ବିସ୍‌କି ଦୁନିଆର ସବୁଠାରୁ ଦାମୀ ହ୍ବିସ୍‌କି ମଧ୍ୟରେ ଗଣାଯାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ବହୁତ ପରିଶ୍ରମ ଏବଂ ସମୟ ଲାଗିଥାଏ। ଯେଉଁଥିପାଇଁ ଏହାକୁ ସମଗ୍ର ବିଶ୍ବରେ ଲୋକ ବହୁତ ପସନ୍ଦ କରିଥାନ୍ତି।

ସମଗ୍ର ବିଶ୍ୱରେ ଏହାର ଅନେକ ପ୍ରକାରର ଉପଲବ୍ଧ ଅଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ଏହି ହ୍ବିସ୍‌କିର ମୂଲ୍ୟ ମଧ୍ୟ ଭିନ୍ନ ଅଟେ। ତେବେ ଆପଣ ଏହି ହ୍ବିସ୍‌କିର ମୂଲ୍ୟ ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।

ସିଙ୍ଗଲ୍ ମାଲ୍ଟର ଗୋଟିଏ ବୋତଲ ହ୍ବିସ୍‌କିର ମୂଲ୍ୟ ଏତେ ଯେ ସେଥିରେ ଆପଣ ଲକ୍ଷାଧିକ ମୂଲ୍ୟର ଘର ମଧ୍ୟ କିଣି ପାରିବେ। ଏହାକୁ ତିଆରି କରିବା ପାଇଁ ବାର୍ଲେ ବା ଯଅର ବ୍ୟବହୃତ ହୁଏ। ସିଙ୍ଗଲ୍‌ ମାଲ୍ଟ ତିଆରି ପ୍ରକ୍ରିୟାରେ ଯଅକୁ ପ୍ରଥମେ ଭୂତଳ ଜଳ ସହିତ ମିଶାଯାଇଥାଏ। ଏହା ପରେ ଏହାକୁ ୬୪ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ଗରମ କରାଯାଏ।

ଏହାପରେ ଏହାକୁ ଚିନିରେ ପରିଣତ ହେବା ପର୍ଯ୍ୟନ୍ତ ଗରମ କରାଯାଇଥାଏ। ମିଠା ତରଳ ପଦାର୍ଥରେ ପ୍ରସ୍ତୁତ ହେବା ପରେ ଏହାକୁ ଥଣ୍ଡା କରାଯାଏ।

କହିବାକୁ ଗଲେ ସିଙ୍ଗଲ ମାଲ୍ଟ ହ୍ବିସ୍‌କି ତିଆରି କରିବା ପାଇଁ ବହୁ ବର୍ଷ ପରିଶ୍ରମ କରିବାକୁ ପଡେ। ତେବେ ମୂଲ୍ୟ ୩୦ ହଜାର ଡଲାର ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ୧୯୨୬ରେ ଗୋଟିଏ ବୋତଲ ସିଙ୍ଗଲ ମାଲ୍ଟ ହ୍ବିସ୍‌କି ୧.୫ ମିଲିୟନ୍ ଡଲାରରେ ବିକ୍ରି ହୋଇଥିଲା। ହ୍ବିସ୍‌କି ଯେତେ ପୁରୁଣା, ଏହାର ମୂଲ୍ୟ ମଧ୍ୟ ସେ‌ତେ ଅଧିକ ହୋଇଥାଏ। ହ୍ବିସ୍‌କିକୁ ସ୍କଟଲ୍ୟାଣ୍ଡରେ ୬୦ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇଥାଏ।

Comments are closed.