Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଡେଲ ଷ୍ଟେଇନ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ମହାନ ବୋଲର ଡେଲ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ୩୮ ବର୍ଷୀୟ ଏହି ପେସ ବୋଲର ତାଙ୍କ କ୍ୟାରିୟରରେ ୯୩ ଟେଷ୍ଟ, ୧୨୫ ଦିନିକିଆ ଓ ୪୭ ଟି୨୦ ମ୍ୟାଚ ଖେଳିଛନ୍ତି । ଏବେ ସେ ବେଶ୍ କିଛି ଦିନ ହେବ ଆଘାତ ସମସ୍ୟାରେ ପଡିଥିଲେ । ଟେଷ୍ଟ କ୍ରିକେଟରେ ଷ୍ଟେଇନ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୪୩୯ ଉଇକେଟ ହାସଲ କରିଛନ୍ତି ।

ଏଥିରେ ଗୋଟିଏ ଇନିଂସରେ ୧୦ ଉଇକେଟ ୫ଥର ଏବଂ ୨୬ ଥର ୫ ଉଇକେଟ ନେଇଛନ୍ତି । ଦିନିକିଆରେ ୧୯୬ ଓ ଟି୨୦ରେ ୬୪ ଉଇକେଟ ନେଇଛନ୍ତି । ଚଳିତ ବର୍ଷ ପିଏସଏଲରେ ସେ ଶେଷ ଥର ପାଇଁ ଖେଳିଥିଲେ । ତାଙ୍କ ସ୍ୱର୍ଣ୍ଣିମ କ୍ୟାରିୟରରେ ଏହି ଦୁର୍ଦ୍ଦଷ ବୋଲର ଅନେକ ଖ୍ୟାତନାମା ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.