Latest Odisha News

ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ: ଟିମ ଇଣ୍ଡିଆର ଧୈର୍ଯ୍ୟ ବଢାଇଲେ, ଜାଡେଜାଙ୍କ ସହ ହାତ ମିଳାଇଲେ, ଶାମିଙ୍କ ପିଠି ଥାପୁଡେଇଲେ..

ଅହମ୍ମଦାବାଦ: ବିଶ୍ୱକପ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ହତାଶ କରିଛି । ୬ ୱିକେଟରେ ହାରି ଯାଇଛି ଭାରତ । ନିଜ ମାଟିରେ ଭାରତକୁ ମାତ ଦେଇ ୬ଷ୍ଠ ଥର ପାଇ ବିଶ୍ୱକପ ହାତେଇ ନେଇଛି କଙ୍ଗାରୁ ଟିମ । ବିଶ୍ୱକପ ହାରିବା ପରେ ଯେମିତି ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଖାଲି କ୍ରିକେଟ ପ୍ରେମୀ ଭାଙ୍ଗି ପଡିନାହାନ୍ତି, ଖେଳାଳି ବି ଭାଙ୍ଗି ପଡିଛନ୍ତି । କ୍ୟାପ୍ଟେନ ରୋହିତ ଶର୍ମା, ବିରାଟ କୋହଲି ଏବଂ ମୋହମ୍ମଦ ସିରଜଙ୍କ ଆଖି ଓଦା ହୋଇ ଯାଇଥିଲା । ସେମାନଙ୍କର ଲୁହ ଛଳଛଳ ଆଖି ଦେଖି ଫ୍ୟାନ୍ସ ବି ଭାବୁକ ହୋଇ ଯାଇଛନ୍ତି ।

ଭାରତୀୟ ଟିମ ଏପରି ଶୋଚନୀୟ ପରାଜୟ ପରେ ଭାଙ୍ଗି ପଡିଥିବା ଖେଳାଳିଙ୍କୁ ଧୈର୍ଯ୍ୟ ଆଉ ସାନ୍ତ୍ୱନା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ରେସିଂରୁମକୁ ଯାଇଥିଲେ । ଖେଳାଳିଙ୍କ ସହ ହାତ ମିଳାଇଥିଲେ । ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ । ଜାଡେଜାଙ୍କ ସହ ହାତ ମିଳାଇଥିଲେ । ମହମ୍ମଦ ସାମିଙ୍କୁ କୁଣ୍ଢାଇ ତାଙ୍କ ପିଠି ଥାପୁଡେଇଥିଲେ ପ୍ରଧାନମନ୍ତ୍ରୀ । ଏହି ସମସୟର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ଥିଲା । ସୋସିଆଲ ମିଡିଆରେ ଏହି ଫଟୋ ବେଶ ଭାଇରାଲ ହୋଇଛି ।

ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ମହମ୍ମଦ ସାମୀ ଓ ଅନ୍ୟମାନେ ସେୟାର କରିଛନ୍ତି ।  ସାମି ଫଟୋ ସେୟାର କରି ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ଗତକାଲି ଦିନ ଆମର ନ ଥିଲା । ପୁରା ଟୁର୍ଣ୍ଣାମେଣ୍ଟ ସମୟରେ ମୋତେ ଏବଂ ଆମର ଟିମକୁ ସମର୍ଥନ ଦେଇଥିବାରୁ ଭାରତୀୟ ଫ୍ୟାନ୍ସ ଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀଙ୍କ ପାଖରେ କୃତଜ୍ଞ । ସେ ଡ୍ରେସିଂ ରୁମ ଆସି ଆମର ଉତ୍ସାହ ବଢାଇଥିଲେ । ଆମେ ପୁଣି ଫେରିବୁ ।’

ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଧାମନ୍ତ୍ରୀଙ୍କ ସାକ୍ଷାତ ସମୟର ଫଟୋ ସେୟା,ର କରିଛନ୍ତି । ଏହି ଫଟେରେ ପ୍ରଧାନମନ୍ତ୍ରୀଙ୍କ ସହ ଜାଡେଜା ହାତ ମିଶାଉଛନ୍ତି । ଜାଡେଜା ଲେଖିଛନ୍ତି, ଆମର ଟିମ ବହୁତ ଭଲ ଥିଲା । କିନ୍ତୁ ହାରିଗଲା । ଆମେ ସମସ୍ତେ ଦୁଃଖିତ ।  ହେଲେ ଲୋକଙ୍କ ସମର୍ଥନ ଆମକୁ ସାହାସ ଦେଇଛି । ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମକୁ ଆସିଥିଲେ  ଯାହା ବିଶେଷ ଏବଂ ବହୁତ ପ୍ରେରଣାଦାୟକ ଥିଲା ।

ଶେୟସ ଅୟର ମଧ୍ୟ ଏକ ଭାବବିହ୍ୱଳ କଲାପରି ଫଟୋ ସେୟାର କରିଛନ୍ତି । ଶ୍ରେୟସ ଲେଖିଛନ୍ତି, ଆମର ହୃଦୟ ଭାଙ୍ଗି ଯାଇଥିଲା । ଏବେ ବି ଆମର ଅବସ୍ଥା ସମାନ ଅଛି ଏବଂ ଆଗକୁ କିଛି ଦିନ ଏପରି ରହିମ ମଧ୍ୟ । ଏହା ମୋର ପ୍ରଥମ ବିଶ୍ୱକପ ଥିଲା । ଏହା ମୋତେ ବହୁତ କିଛି ଶିଖାଇଛି । ବିସିସିଆଇ, ଟିମ ମ୍ୟାନେଜମେଣ୍ଟ, ସହଯୋଗୀ ଷ୍ଟାଫ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଯେଉଁମାନେ ଆମକୁ ଆରମ୍ଭରୁ ଶେଷଯାଏ ସମର୍ଥନ କରିଥିଲେ । ପୁରା ଅଷ୍ଟ୍ରେଲିଆ ଟିମକୁ ଶୁଭେଚ୍ଛା ।’

 

Leave A Reply

Your email address will not be published.