Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ଟସ୍ ଜିତି ଇଂଲଣ୍ଡର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ: ଭାରତ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଟସରେ ଜିତି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବିରାଟଙ୍କ ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବ । ଦଳର ବୋଲିଂ ବିଭାଗ ମହମ୍ମଦ ସାମି, ଚହଲ, ବୁମରା ଏବଂ କୁଲଦୀପ ଯାଦବଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଇଂଲଣ୍ଡ ଦଳକୁ ୨୫୦ରୁ ୨୬୦ ରନ ମଧ୍ୟରେ ଭାରତ ରଖିପାରିଲେ ମ୍ୟାଚ୍ ଜିତିବାକୁ ସହଜ ହେବ ।

ଆଜିର ମ୍ୟାଚରେ ରିଷଭ ପନ୍ଥ ବିଜୟ ଶଙ୍କରଙ୍କ ସ୍ଥାନରେ ଖେଳୁଛନ୍ତି ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, ରିଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦର୍ ଚହଲ୍, ଯଶପ୍ରୀତ ବୁମରା, ମହମ୍ମଦ ସାମି ।

ଇଂଲଣ୍ଡ ଦଳ: ଇୟାନ ମୋର୍ଗାନ (ଅଧିନାୟକ), ବେୟାରଷ୍ଟୋ, ଜାଶନ ରଏ, ଜୋଏ ରୁଟ, ବଟଲର୍, ମୋଇନ ଅଲ୍ଲୀ, ମାର୍କ ଉଡ୍, ପ୍ଲଙ୍କେଟ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ ।

ଇଂଲଣ୍ଡ ଦଳ ନିଜର ନୀଳ ଜର୍ସିରେ ଖେଳୁଥିବା ବେଳେ ଟିମ୍ ଇଣ୍ଡିଆ ନୀଳ ସହିତ କମଳା ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଛି ।

Leave A Reply

Your email address will not be published.