Latest Odisha News

BREAKING NEWS

ଆଜି ଭାରତ-ଆଫଗାନିସ୍ତାନ ମ୍ୟାଚ: ବିଶାଳ ସ୍କୋର ଲକ୍ଷ୍ୟରେ ବିରାଟ ବାହିନୀ

ସାଉଥଆମ୍ପଟନ: ବିଶ୍ୱକପରେ ଆଜି ଭାରତ ତା’ର ୫ମ ମ୍ୟାଚ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଯାଉଛି । ଭାରତ ପୂର୍ବରୁ ୪ଟି ମ୍ୟାଚ ଖେଳି ଅପରାଜେୟ ରେକର୍ଡ଼ ବଳବତ୍ତର ରଖିଥିବା ବେଳେ ଆଜିର ମ୍ୟାଚକୁ ନିଶ୍ଚିତ ଭାବେ ଜିତିବାକୁ ଚେଷ୍ଟା କରିବ । ଭାରତ ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ଏକ ବିଶାଳ ସ୍କୋର କରିବା ଲକ୍ଷ୍ୟରେ ରହିଛି ବୋଲି ସୂଚନା ହସ୍ତଗତ ହୋଇଛି ।

ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟାଟିଂ ଲାଇନ-ଅପ୍ ରଖିଥିବା ଟିମ୍ ଇଣ୍ଡିଆର ଦୁର୍ଦ୍ଧଶ ଓପନର୍ ରୋହିତ ଶର୍ମା ଏକ ଦ୍ୱିଶତକ ହାସଲ କରିବାକୁ ଚେଷ୍ଟା କରିବେ, କାରଣ ପାକିସ୍ତାନ ବିରୁଦ୍ଧ ମ୍ୟାଚରେ ସେ ଦ୍ୱିଶତକୀୟ ଇନିଂସ ଆଡ଼କୁ ଅଗ୍ରସର ହେଉଥିଲେ । ଦୁର୍ଭାଗ୍ୟଜନକ ଭାବେ ଆଉଟ୍ ହୋଇଥିଲେ ମଧ୍ୟ ରୋହିତ ତାଙ୍କର ଦ୍ୱିଶତକୀୟ ଇନିଂସ ଆଶାକୁ ଏହି ମ୍ୟାଚରେ ପୂରଣ କରିବା ଆଶା ରହିଛି । ସେହିପରି କପ୍ତାନ ବିରାଟ କୋହଲୀ ଏବେ ଅଧିକ ଭଲ ଫର୍ମରେ ରହିଛନ୍ତି । ଦଳର ସମ୍ପୂର୍ଣ୍ଣ ବ୍ୟାଟିଂ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଥିବା ବେଳେ ଆଜିର ମ୍ୟାଚରେ ବିରାଟ ଏକ ଶତକୀୟ ପାରି ଖେଳିବାକୁ ନିଶ୍ଚିତ ଚେଷ୍ଟା କରିବେ ।

ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଜିର ମ୍ୟାଚରେ ବ୍ୟାଟିଂ ସୁଯୋଗ ମିଳିଲେ ସେ ନିଦ୍ୱର୍ନ୍ଦ୍ୱରେ କିଛି ହେଲିକପ୍ଟର ସଟ୍ ଖେଳିବାକୁ ଚେଷ୍ଟା କରିବେ । ତେବେ ବିଶ୍ୱସ୍ତରୀର ଆଫଗାନୀ ବୋଲର୍ ରସିଦ୍ ଖାନଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନ ଜଗିରଖି ଖେଳିବାକୁ ପଡ଼ିବ । କାରଣ ରସିଦ ଖାନ ଯେକୌଣସି ମ୍ୟାଚରେ କିଛି ବି କରିସ୍କା ଦେଖାଇ ପାରନ୍ତି ।

ଆଫଗାନିସ୍ତାନ ଦଳ ଯେଉଁ କିଛି ବ୍ୟାଟ୍ସମ୍ୟାନଙ୍କ ଉପରେ ଅତ୍ୟନ୍ତ ନିର୍ଭରଶୀଳ ସେମାନେ ହେଲେ – ରେହମତ ଶାହ, ଅସଗର୍ ଆଫଗାନ ଏବଂ ହସମାତୁଲ୍ଲା ସହିଦି । ତେବେ ରହମତ ଓ ମହମ୍ମଦ ନବୀଙ୍କ ଉପରେ ଦଳର ବ୍ୟାଟିଂ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ଦଳ ଭାରତୀୟ ବୋଲରଙ୍କୁ କିପରି ସମ୍ମୁଖୀନ କରିବ ତାହା ନେଇ କୋଚ୍ ନିଶ୍ଚିତ କିଛି ନୂଆ କୌଶଳ ଉପଯୋଗ କରିବେ ।

ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନୀ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରୁଷଭ ପନ୍ଥ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ବିଜୟ ଶଙ୍କର, ଯଜପ୍ରୀତ ବୁମରା ଏବଂ ମହମ୍ମଦ ସାମି ।

 

ଆଫଗାନିସ୍ତାନ ଦଳ:

ଗୁଲବୁଦିନ ନବୀ (ଅଧିନାୟକ), ଦୌଲତ ଜରଦାନ, ହସମୌତୁଲ୍ଲା ସହିଦି, ନୂର୍ ଅଲ୍ଲୀ ଜରଦାନ, ଅସଗର ଆଫଗାନ, ଆଫତାବ ଆଲାମ, ରସିଦ୍ ଖାନ, ମହମ୍ମଦ ନବୀ, ହଜରୁତୁଲ୍ଲା ଜଜ୍ଜାଇ, ମୁଜିବ୍ – ଉର୍ – ରେହମାନ ଏବଂ ମାମିଉଲ୍ଲା ଶିନବରୀ ।

Leave A Reply

Your email address will not be published.