Latest Odisha News

କରୋନା ଯୋଗୁ ଜି-୨୦ ଦେଶଗୁଡିକ ପ୍ରଚୁର କ୍ଷତି ସହିବେ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବ ଯୋଗୁ ଜି-୨୦ ଦେଶଗୁଡିକ ପ୍ରଥମ ୬ ମାସରେ ପ୍ରଚୁର କ୍ଷତି ସହିବେ ବୋଲି ଆକଳନ କରାଯାଇଛି । ମୁଡିସ ଇନଭେଷ୍ଟର୍ସ ସିର୍ଭିସ ରିପୋର୍ଟ ମୁତାବକ ଜି-୨୦ ଦେଶଗୁଡିକର ଅର୍ଥ ବ୍ୟବସ୍ଥା ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରଥମ ୬ ମାସରେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି। ଏହି ଦେଶଗୁଡିକ ବିଶ୍ୱର ସବୁଠାରୁ ବିକଶିତ ଦେଶ ମଧ୍ୟରେ ଆସୁଛି। ଉକ୍ତ ଦେଶଗୁଡିକର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେଲେ ସାରା ବିଶ୍ୱରେ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ଭାବେ ପ୍ରଭାବ ପକାଇବ ବୋଲି ରିପୋର୍ଟରେ କୁହାଯାଇଛି ।

ଭାରତ ମଧ୍ୟ ଏହି ଦେଶଗୁଡିକ ମଧ୍ୟରେ ରହିଛି। ସାରା ବିଶ୍ୱର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଏହି ଦେଶଗୁଡିକରେ ବସବାସ କରିଥାନ୍ତି।  ଦ୍ୱିତୀୟ ତ୍ରୈମାସରେ ଏହାର ପ୍ରଭାବ ମଧ୍ୟ ଜାରି ରହିବ ବୋଲି କୁହାଯାଉଛି। ଏହି ସମୟରେ ଆମେରିକା ଏବଂ ଫ୍ରାନ୍ସରେ ବେକାରୀ ବଢୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Comments are closed.