ନୂଆଦିଲ୍ଲୀ: ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କିଛି ମନ୍ତ୍ରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକ୍ଡ଼ାଉନ୍ ପରିସ୍ଥିତିର ଅବଧି ବଢିବା କିମ୍ବା ଉଠିଯିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ।
A lot of state governments, as well as experts, are requesting Central Government to extend the lockdown. Central Government is thinking in this direction: Government sources pic.twitter.com/iDShmLIS8j
— ANI (@ANI) April 7, 2020
ତେବେ ଏଏନଆଇ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ, ଅଧିକାଂଶ ରାଜ୍ୟ ଏହି ଲକ୍ଡ଼ାଉନର ଅବଧି ବୃଦ୍ଧି ହେଉ ଚାହୁଁଛନ୍ତି । ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଅର୍ଥନୀତି ବିଗିଡ଼ି ଗଲେ ବି ସୁଧରାଯାଇପାରିବ ।
Lives of people are more important, economy can be built again but if people die, how will we bring them back? That is why, if the need arises we will extend the lockdown, a decision will be taken based on the situation: Madhya Pradesh CM Shivraj Singh Chouhan #CoronaLockdown pic.twitter.com/4lr97YA9em
— ANI (@ANI) April 7, 2020
ସବୁଠାରୁ ବଡ଼ କଥା ହେଲା ଲୋକଙ୍କ ଜୀବନ । ଜୀବନ ଗଲେ ଆଉ ପାଇପାରିବା ନାହିଁ । ଲକ୍ଡ଼ାଉନ୍ ଅବଧି ବୃଦ୍ଧି କରିବା ସପକ୍ଷରେ ଶିବରାଜ ସିଂହ ଚୌହାନ ତାଙ୍କର ଏକ ଟ୍ୱିଟ୍ ମଧ୍ୟ ପୋଷ୍ଟ ହୋଇଛି ।
Comments are closed.