ଭୁବନେଶ୍ୱର: ଆଜି ହେଉଛି ବିଶ୍ଵ ହାତୀ ଦିବସ । ହାତୀଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ । ଏହିନୀରିହ ପଶୁଟି ପାଇଁ ଜନସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବାର୍ତା ଦିଆଯିବା ଉଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି ।
୨୦୧୨ ମସିହା ଅଗଷ୍ଟ୧୨ରେ ପ୍ରଥମ ବିଶ୍ୱ ହସ୍ତୀଦିବସ ପାଳନ ହୋଇଥିଲା । ପ୍ରକୃତିର ଅବକ୍ଷୟ ଯୋଗୁଁ ନାନାଦି ଆସୁବିଧାର ସମ୍ମୁଖିନ ହେଉଥିବା ଏହି ନିରୀହ ଜୀବନକୁ ସୁରକ୍ଷା ଦେବା ନିମନ୍ତେ ଏହି ଦିନର ସୃଷ୍ଟି । ଦିନକୁ ଦିନ ଜଙ୍ଗଲ ନଷ୍ଟ ସାଙ୍ଗକୁ ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନ ଧୀରେ ଧୀରେ ସଙ୍କୁଚିତ ହେଉଛି । ଏହାସହ ଅସାମାଜିକ ଲୋକ ମାନେ ମଧ୍ୟ ମଧ୍ୟ ହାତୀ ଶିକାର କରୁଥିବା ଖବର ଅନେକ ସମୟରେ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି । ଏହା ଫଳରେ ଦିନକୁ ଦିନ ଏହି ପ୍ରାଣୀର ସଂଖ୍ୟା ଲୋପ ପାଇବାକୁ ବସିଛି ।
ତେବେ ଜଙ୍ଗଲ କ୍ଷୟ ଯୋଗୁଁ ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଏମିତିକି ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଥିବା ବେଳେ କେତେବେଳେ ହାତୀ ମୃତ୍ୟୁର ଖବର ବି ଆସିଛି । ଏଣୁ ଜନସଚେତନାକୁ ଦ୍ରୁତତର କରିବା ପାଇଁ ବିଶ୍ୱହସ୍ତୀ ଦିବସର ପରିକଳ୍ପନା କରାଯାଇଛି
Comments are closed.