Latest Odisha News

BREAKING NEWS

ସ୍କୁଲ ଖୋଲିବା ପରେ ୯୭ ହଜାର ପିଲା କରୋନା ପଜିଟିଭ୍, କେଉଁଠି ଜାଣନ୍ତୁ

କରୋନା ମହାମାରୀ ପ୍ରକୋପ ଭିତରେ ଲକଡାଉନ୍ କଟକଣା ଉଠିବା ପରେ ସ୍କୁଲ ଖୋଲିଲା । ୧୫ ଦିନ ପାଠ ପଢ଼ା ଭିତରେ କରୋନା ସଂକ୍ରମିତ ହେଲେ ୯୭ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଆମେରିକାରେ ଏତେ ସଂଖ୍ୟକ ପିଲା ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ଗତ ଜୁଲାଇ ୧୬ରୁ ୩୦ ଭିତରେ ୯୭ ହଜାରରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଉଛି । ଆମେରିକାରେ ମୋଟ୍ ୫୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୩ ଲକ୍ଷ ୩୮ ହଜାରରୁ ଅଧିକ ଛୋଟ ପିଲା । ଜୁଲାଇରେ ୪୦ ପ୍ରତିଶତ ଛୋଟ ପିଲା କରୋନା ସଂକ୍ରମିତ ହୋଇଛନ୍ତି ।

ସେହିପରି ଆମେରିକାରେ ଜୁଲାଇରେ ୨୫ ପ୍ରତିଶତରୁ ଅଧିକ ପିଲା କରୋନାରେ ମୃତ୍ୟୁବରଣ କରିଥିବା କୁହାଯାଉଛି । ସେପଟେ ଅଭିଭାବକମାନଙ୍କୁ ଊଓଣ ଟେଷ୍ଟିଂ କିଟ୍ ଦିଆଯାଇଛି । ସେମାନେ ନିଜ ନିଜ ପିଲାମାନଙ୍କର ନମୁନା ସଂଗ୍ରହ କରିବେ । ଅଧିକ ଟେଷ୍ଟ କଲେ କେସ୍ ସାମନାକୁ ଆସିବ ।

Leave A Reply

Your email address will not be published.