Latest Odisha News

BREAKING NEWS

ଆଜି ରାଜ୍ୟ କ୍ୟାବିନେଟ୍, ୧୮ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ବସିବ ।

ପ୍ରାୟ ୧୮ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ ପରେ ମଞ୍ଜୁରୀ ଦେଇପାରେ ରାଜ୍ୟ କ୍ୟାବିନେଟ୍ । ବିଶେଷ କରି କରୋନା କାଳରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ । ସେହିପରି ଜୀବନ ଜୀବିକାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ସରକାର ।

Leave A Reply

Your email address will not be published.