Latest Odisha News

BREAKING NEWS

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ

BjdElectrycity

ତା ୦୧-୦୧-୨୦୨୦ ବୁଧବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ
ତା ୦୧ ରିଖ ବୁଧବାର ଧନୁ ୧୭ଦିନ ପୌଷ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତବାର-: କର୍କଟ ରାଶିର
ଘାତ ଚନ୍ଦ୍ର :- ମିଥୁନ ଓ ମୀନ ରାଶିର
ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ

ମେଷ
ପ୍ରତେକ କାର‌୍ୟ୍ୟରେ ସଫଳତା ମିଳିବ ।ଭାତୃ ସମ୍ପର୍କ ନିବିଡ ହେବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରା ସଫଳ ହେବ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ।ଶତୃମାନେ ପରାଜିତ ହେବେ ।

ବୃଷ
ଦେହ ମନ ସୁସ୍ଥ ରହିବ ।ପୁରାତନ ବନ୍ଧୁ ଗୃହକୁ ଆସିପାରନ୍ତି ।ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ବକେୟା ଅର୍ଥ ହସ୍ତଗତ ହେବ ।

ମିଥୁନ
ପ୍ରତେକ କାର‌୍ୟ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।ବ୍ୟବସାୟରେ ସ୍ଥିରତା ରହିବ ନାହିଁ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ସମସ୍ୟା ଭିତରେ ଗତି କରିବେ ଯଗି ରଖି ଚଳନ୍ତୁ ।

କର୍କଟ
ଧନ ମାନ ସମ୍ମାନ ଐଶୁର‌୍ୟ୍ୟ ପ୍ରାପ୍ତିର ଯୋଗ ରହିଛି ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ ।ଚେଷ୍ଟା କରୁଥିବା ପ୍ରତ୍ୟେକ କାର‌୍ୟ୍ୟରେ ସଫଳତା ଲାଭ କରିବେ ।ଦୀର୍ଘ ଦିନର ଆଶା ପୂରଣ ହେବ ।

ସିଂହ
ମାନସିକ ଶାନ୍ତି ମିଳିବ ।ବହୁଦିନର ଆଶା ଅଭିଳାଷ ପୁରଣ ହେବ ।ଦୂର ସ୍ଥାନକୁ ଯାତ୍ରା କରିବେ । ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ମାନଙ୍କ କାର‌୍ୟ୍ୟ କଳାପ ସନ୍ତୋଷଜନକ ହେବ ।

କନ୍ୟା
ମନ ପ୍ରଫୁଲ୍ଲ ରହିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ମହିଳାମାନେ ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରିବେ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।
ତୁଳା
କୌଣସି ଅନୁଷ୍ଠାନର ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିବେ ।ସାଂସାରିକ ଜୀବନ ସୁଖମୟ ହେବ ।ବହୁଦିନର ବିବାଦର ସମାଧାନ ହେବ ।ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।

ବିଛା
ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ଶତୃମାନେ ଚକ୍ରାନ୍ତ କରିବେ ।ଧନ ହାନୀ ପ୍ରାଣ ପୀଡାର ଭଯ ରହିଛି ।ଦୂର ଯାତ୍ରା କରନ୍ତୁ ନାହିଁ ।

ଧନୁ:
ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।ପରିବାରରେ ମତପାର୍ଥକ୍ୟ ଦେଖା ଦେବ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ବ୍ୟବସାୟରେ ସ୍ଥିରତା ରହିବ ନାହିଁ ।

ମକର
ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ତ ସମସ୍ୟାର ସମାଧାନ କରିବେ ।କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ ।ଦୂର ଯାତ୍ରାର ଯୋଗ ରହିଛି ।ଦେହ ମନ ସୁସ୍ଥ ରହିବ ।ଉତ୍ତମ ଭୋଜନ ମିଳିବ ।ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

କୁମ୍ଭ
ଶତୃମାନେ ପରାଜୟ ହେବେ । ବ୍ୟବସାୟୀମାନେ ଲାଭବାନ ହେବେ ।ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରିବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନ ସୁଖମୟ ହେବ ।

ମୀନ
ଗୁପ୍ତ ଶତୃ ଭୟ ମନରେ ଭୟ ଆଶା ଆଶଙ୍କା ସୃଷ୍ଟି କରିବ।ମହିଳାମାନେ ସନ୍ତାନ ସନ୍ତତି ମାନଙ୍କ ପାଇଁ ଚିନ୍ତିତ ରହିବେ । ହଠାତ୍ ଦେହ ମନ ଅସୁସ୍ଥ ହୋଇପିରେ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନ ଯୋଗି ହେବେ

 

Leave A Reply

Your email address will not be published.