Latest Odisha News

ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ

ଭୁବନେଶ୍ୱର: ଡିସେମ୍ବର ୩୧ରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କରାଯାଏ ଏହାର ଆୟୋଜନ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଧନୁଯାତ୍ରା ପାଇଁ ରଂଗମହଲ ଏବଂ ଦରବାରର ସାଜସଜ୍ଜାରେ କାରିଗରଙ୍କ ଶେଷ ସ୍ପର୍ଶ ବାଜିଛି । ଚଳିତ ଥର ଦରବାରକୁ ଲାଲ୍ ମହଲର ରୂପ ଦେଇଛନ୍ତି କାରିଗର। ଅର୍ଥାତ୍ ଏଥର ଲାଲମହଲରେ ରାଜୁତି କରିବେ ମହାରାଜା କଂସ।

ମହଲର ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟ ତୋରଣକୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ତୋରଣ ଏବଂ ଆଲୋକ ସାଜସଜ୍ଜା ସରି ଯାଇଛି।

ରାଜ ଦରବାର ସହ ରଂଗମହଲର ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ।

ଏହି ଅବସରରେ ହେବାକୁ ଥିବା ମୀନାବଜାର ଗୁଡିକ ମଧ୍ୟ ଯଥାସ୍ଥାନରେ ନିଜ ପସରା ଖୋଲିଲେଣି। ସହରକୁ ବାହାର ରାଜ୍ୟରୁ ବ୍ୟବସାୟୀମାନେ ଆସିବା ଆରମ୍ଭ କଲେଣି।

ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କୌଣସି ପ୍ରକାରର ତ୍ରୁଟି ନରଖିବା ନିମନ୍ତେ କଳାକାର ତଥା ଆୟୋଜକମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ଗତ କିଛିଦିନ ଧରି ଆଖଡ଼ାଶାଳରେ ଚାଲିଥିବା ଅଭିନୟର ଅଭ୍ୟାସ ସମାପ୍ତ ହୋଇଛି । କଳାକାରମାନେ ଏବେ ଖୋଲା ରଂଗମଂଚରେ ନିଜ ଅଭିନୟ ଦେଖାଇବା ପାଇଁ ପ୍ରସ୍ତୁତ।

Comments are closed.