Latest Odisha News

BREAKING NEWS

ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଆଜିଠୁ ଆରମ୍ଭ ହୋଇଛି ।

ଏହି ଯୋରନ୍ଦା ମେଳା ମଧ୍ୟ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଭାବେ ମଧ୍ୟ ପରିଚିତ । ଏହି ମେଳା ପୂର୍ଣ୍ଣିମା ବା ମାଘ ଚତୁର୍ଦ୍ଦଶୀରେ ପାଳିତ ହୋଇଥାଏ । ଯୋରନ୍ଦା ସ୍ଥିତ ମହିମା ଗାଦିରେ ଏହା ୧୪୬ତମ ଉତ୍ସବ ଭାବେ ବହୁ ସାଧୁ, ସନ୍ଥ ତଥା ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ପାଳିତ ହେଉଅଛି ।

ସୋମବାର ଦିନ ଯୋରନ୍ଦା ଗାଦିଠାରେ ବହୁ ପ୍ରତିକ୍ଷୀତ ପବିତ୍ର ଝାଡ଼ ଦୀପ ସନ୍ଧ୍ୟା ୫ଟା ୧୫ ମିନିଟରେ ପ୍ରଜ୍ଜ୍ୱଳିତ ହେବାର ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ଏହି ପାରମ୍ପରିକ ପବିତ୍ର ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମକୁ ଦର୍ଶନ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ତଥା ବାହାର ରାଜ୍ୟରୁ ମଧ୍ୟ ଅନେକ ସାଧୁସନ୍ଥ ଆସି ଯୋରନ୍ଦାରେ ପହଞ୍ଚିବାରେ ଲାଗିଛନ୍ତି ।

ଯୋରନ୍ଦାର ଏହି ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଉତ୍ସବକୁ ଦେଖିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନ ବ୍ୟତୀତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ମଧ୍ୟପ୍ରଦେଶ ରାଜ୍ୟ ଏବଂ ନେପାଳ ତଥା ଭୁଟାନ ପରି ଦେଶରୁ ଲକ୍ଷାଧିକ ଭକ୍ତ ଆସି ଯୋରନ୍ଦାଠାରେ ପହଞ୍ଚିସାରିଛନ୍ତି । ଏହି ଅବସରରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ହେବାର ରହିଛି ।

ଯୋରନ୍ଦାରେ ଏହି ବିଶ୍ୱପ୍ରସିଦ୍ଧ ଉତ୍ସବକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ଆମ୍ବୁଲାନ୍ସ ସେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ପରିଦର୍ଶକ ତଥା ଭକ୍ତମାନଙ୍କ ଯାନବାହାନ ଲାଗି ପାର୍କିଂ ବ୍ୟବସ୍ଥାର ସୁବିଧା କରାଯାଇଛି । ଉତ୍ସବ ପରିବେଶକୁ କଡ଼ା ନଜରରେ ରଖିବା ଲାଗି ତଥା ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.