Latest Odisha News

BREAKING NEWS

ଖୋର୍ଦ୍ଧା: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଗୋପାଳପୁର ପଞ୍ଚାୟତର ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ନୂଆସାହିରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି ଅନ୍ୟ ଜଣେ ଯୁବକ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଗ୍ରାମର ଚିନ୍ମୟ ସାହୁ ନାମକ ଜଣେ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ଅଚାନକ ତାଙ୍କ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ଚିନ୍ମୟଙ୍କ ଘରଠାରୁ ମାତ୍ର ୨୦୦ମି. ଦୂରରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ଏହି ଘଟଣା ପରେ ଉତ୍ୟକ୍ତ ଲୋକମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚି ନିଆଁ ଲଗାଇ ଦେଇଛନ୍ତି । ଖବର ପାଇଁ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏଥିସହିତ ମୃତ ଯୁବକଙ୍କର ସେହି ଗ୍ରାମରେ ଏକ ପରିବାର ସହ ଅନେକ ଦିନରୁ ବିବାଦ ଲାଗି ରହିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହାବ୍ୟତିତ ଫେବୃଆରୀ ୨୧ ତାରିଖରେ ଉକ୍ତ ଯୁବକଙ୍କର ବିବାହ ସ୍ଥିର ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.